STORYMIRROR

Lecturer Soumyaranjan Hota

Others

4.5  

Lecturer Soumyaranjan Hota

Others

ତୁମ ଅପେକ୍ଷାରେ ଏ ଶରୀର

ତୁମ ଅପେକ୍ଷାରେ ଏ ଶରୀର

1 min
2.0K


ତୁମ ଅପେକ୍ଷାରେ ଏ ଶରୀର


ପଥ ର ଅବାନ୍ତରତା ଭିତରେ

ତୁମରି ଅପେକ୍ଷାରେ

ଜଳୁଛି ମୁଁ ଏକା ଏକା

ଲୁହ ରୂପକ ସାଗର କୂଳରେ

ଭିଯି ବସେ ଏ ଶରୀର

କେବଳ ଯେ ତୁମ ସ୍ପର୍ଶ ଆଳରେ

ନ ଥମେଯେ ଏ ଅମାନିଆ ଲୁହ

ତୁମ ସ୍ପର୍ଶ କେବଳ ଏକ ସ୍ମୃତି

କେମିତି ବୁଝନ୍ତା ଅବା ସେ

ତୁମେ ସାଜି ପାଳ ହୋଇ

ଶହୀଦ ହେଲ

ଏହି ମାତୃଭୂମି କୁ ଚୁମି ।


ଆଉ ଥରେ ଫେରାଇ ଦିଅନ୍ତା କି?

ସେ ଅଭୂଜା ସମୟ

ଆଉ ଥରେ ଫେରାଇ ଦିଅନ୍ତା କି?

ସେ ପଥୁରିଆ ଭଗବାନ

ଯିଏ ଲୁଚକାଳି ଖେଳରେ ପାରଙ୍ଗମ

ଲୁଚେଇ ରଖିଛି

ସମୟ ର ସେ କଣ୍ଟା ଗୁଡାକ

ଫେରାଇ ଦିଅନ୍ତା କି?


ପୁଣି ପାଇଥାନ୍ତି ଜୀବନ୍ତ

ମାେ ପ୍ରେମ ଦେବତାଙ୍କୁ

ପୁଣି ଥରେ ଢାଳି ଦିଅନ୍ତେ

ସିନ୍ତି ରେ ସିନ୍ଦୂର

ଆଉ ପିନ୍ଧେଇ ଦିଅନ୍ତେ

ସେ ପ୍ରଥମ ରାତ୍ରି ର

ନାଲି ରଙ୍ଗର ଶାଢ଼ୀ

ପଖାଳି ଥାନ୍ତେ ମୋ କେଶ

ଆଉ ଖେଳନ୍ତେ

ସେ ଅମାନିଆ ଅନ୍ଧାର ଭିତରେ ।


ପୁଣି ପାଇଥାନ୍ତି କି ତୁମ ସ୍ପର୍ଶ

ତୁମ ଦୁଷ୍ଟାମୀ ବାହୁ ଭିତରେ

ଏ ସବୁ କେବଳ ତୁମ ଅପେକ୍ଷାରେ ।

ଅଧ୍ୟାପକ ସୌମ୍ୟରଞ୍ଜନ ହୋତା

ସାଇ ବିନାୟକ ଉଚ୍ଚ ଶିକ୍ଷାନୁଷ୍ଠାନ ନବରଙ୍ଗପୁର


Rate this content
Log in