STORYMIRROR

Lecturer Soumyaranjan Hota

Others

4.8  

Lecturer Soumyaranjan Hota

Others

ଚିତ୍ରପଟ୍ଟ'ର ନାୟିକା ବର୍ଷା

ଚିତ୍ରପଟ୍ଟ'ର ନାୟିକା ବର୍ଷା

1 min
536



ମୁଁ ଚିତ୍ରକର ନୁହେଁ ତଥାପି!

ବର୍ଷା

ତୁମ ଚିତ୍ର ଆଙ୍କିବାପାଇଁ

ତୁଳି ଧରିଲି

କାହିଁକି କେଜାଣି

ମାେ କବିତା ର କଲମ ଛାଡ଼ି

ତୁଳି ଦେଇ ତୁମକୁ ଆଙ୍କିବାକୁ ଇଛା!

ଆଉ ଆଙ୍କି ଚାଲୁଥିଲି

କିଛି ଅଙ୍କାବଙ୍କା ଗାରକୁ ନେଇ।


କିଛକ୍ଷଣ ପରେ ଦେଖେତ

ତୁମେ ତୁମେ ହୋଇ ସେ ଚିତ୍ରରେ ନାହଁ

ମାନେ କଣ ସବୁ

ଆଙ୍କି ଦେଇଛି କେଜାଣି

ତଥାପି

ସେ ଅଙ୍କାବଙ୍କା ଚିତ୍ରରେ

ମାେ ପାଇଁଥିଲା

ବହୁତ୍ କିଛି ବୁଝାଉଥିବା ସେ

ଅଭିମାନୀ ଅଭିଆଡି ନାୟିକା ।


ଯେମିତି ସେ ଚିତ୍ର ମତେ ଉପହାସ କରୁଛି

ଆଉ କହୁଛି

ତୁମକୁ କବିତା ଲେଖିବାପାଇଁ କହିଲି

ମତେ ନେଇ ନା!

କିନ୍ତୁ!

ତୁମେ କଣ ସବୁ ଆଙ୍କି ଚାଲିଛ

ତଥାପି ତୁମ ତୂଳୀ ସ୍ପର୍ଶ

ମତେ ଅଣାୟତ୍ତ କରୁଛି

ସତେ ଯେମିତି ବାହାରିଆସିବି

ତୁମର ସେ ଅଙ୍କାବଙ୍କା

ଚିତ୍ରପଟ୍ଟ'ର ପାଚେରି ଭାଙ୍ଗି

ଆଉ ତୁମ ଅଙ୍କାବଙ୍କା ଚିତ୍ର ଦେଖିବି ।


ଆରେ ଧେତ୍

ମୁଁ ଚିତ୍ରଶିଳ୍ପୀ ସାଜୁସାଜୁ

ପୁଣି କବିତା ରାଇଜରେ ହଜେଇ ନିଜକୁ

କବି ବନେଇ ନେଇଛି ବର୍ଷା

ଆଉ ଆଙ୍କିବିନି ତୁମ ଚିତ୍ର ଆଜି ।


ଅବସୋସ୍!

ତୁମକୁ ଆଙ୍କିବି ବୋଲି ବାହାରିଥିଲୀ

ତାହାବି ଅଧୁରା ରହିଗଲା ।


© ଅଧ୍ୟାପକ ସୌମ୍ୟରଞ୍ଜନ ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍