STORYMIRROR

Lecturer Soumyaranjan Hota

Others Tragedy

2.1  

Lecturer Soumyaranjan Hota

Others Tragedy

ଅପେକ୍ଷାରେ ଏକା ଏକା

ଅପେକ୍ଷାରେ ଏକା ଏକା

1 min
5.0K




ବିରହ ଜ୍ୱାଳାରେ

ଢାଳିଦେଇ ଚାଲିଛି

ଏ ନିରୀହ ସ୍ମୃତି ତହର

ନା ଜୀବିତ ନା ମୃତ!

ଅସଜଡା ଏ ଶରୀର

ଅଙ୍କାବଙ୍କା ସେ ଚିହ୍ନ

କଣ ଏମିତି ରେ ଜିବବ୍ୟର୍ଥ?

ଝାଉଁଳିଓହଳି ନ ଯାଉ

ମାେ ଜବାନି!

ତୋ ଅପେକ୍ଷା ଭିତରେ

ନା ମେଘ

ମାେ ଦୂତ ସାଜିବ?

ନା ଜହ୍ନ

ମାେ ବିରହ ବ୍ୟଥା ର ଜଚ୍ଛନା

ଢାଳିବା ହେବ?

ନା ମଳୟ

ମାେ ଚିଠି ପହଞ୍ଚେଇ ପାରିବ?

ନା କବିତା

ମାେ ଲୁହଧାରପୋଛି ପାରିବ?

ବହୁ ଛନ୍ଦା ଏ ପ୍ରେମ

ଅଝଟ ଏ ଶରୀର

ଉର୍ବର ସ୍ମୃତି ଭିତରେ ତୁମର

ମରଣ ଯେମିତି ନଆସୁ

ଭୂମିକମ୍ପ ଜନିତ ଅବସ୍ଥା ନେଇ

ତୁ ସିନା ରହୁ

ଦେଶ ରକ୍ଷକ ହୋଇ

ବନ୍ଧୁକ କୁ ଯାବୁଡ଼ିନେଇ

ହେଲେ ମୁଁ ଜୀବିତ

ମାେ କବିତା ଶବ୍ଦ ନେଇ

ଅପେକ୍ଷାରେ ଏକା ଏକା

ତୁମ ସ୍ମୃତି କିଛି ନେଇ।


Rate this content
Log in