ଅଭିନୟ
ଅଭିନୟ
ତୁମକୁ ଭୁଲି ପାରୁନି ବୋଲି
ଏତେ ଅଭିନୟ ଆଜି
କରୁଛି ମାେ ଆଖି
ଅବିଚଳିତ ହେଉଛି ମାେ ଅଶ୍ରୁ
ବାହାରିବା ବେଳକୁ ରକି ନେଉଛି
ସେ ଅଝଟ ଚଗଲା ଓଠ
ଆଉ ସମ୍ଭାଳି ପାରୁନି
ତୁମକୁ ଦେଖି ଉଦ୍ୟତରତ ଏହି କୋହ
ସବୁ ଢାଳି ଦେଲି
ଏ ବ୍ରୁଲତା ସବୁ କିଛି କହିବାକୁ
ଅବ୍ୟତ ହେଇଯାଉଛି
ମୁଁ ଲୁଚେଇ ରଖିଛି ହୃଦୟ କୁ ମାେ
କାଳେ ପୁଣି ସ୍ପନ୍ଦନ ର ଗାଁରେ
ଡେଇଁ ଉଠିବ!
ଆଉ ସମ୍ଭାଳି ପାରିବିନାହିଁ
ତାର ସେ କ୍ରନ୍ଦନରସ୍ବର
ସେଥିପାଇଁ ତ ଏତେ ଅଭିନୟ
ମୁଁ କାପୁରୁଷ ନୁହେଁ ଯେ
ମାେ ଜୀବନ କୁ ଜଳାଞ୍ଜଳି ପାଇଁ
ଆଗେଇଯିବି ସେ ଲୈାହଦାନବ ପାଖକୁ
ଅବା ମୃତ୍ୟୁ ର ମୁଖକୁ
ଝାସ ଦେବାପରେ
ମୋ ଜୁଇ ଅଭିମାନ କରିବ
ମାେ ପରିବାର କୁ ଦେଖି
ମୁଁ କଣ ଉତ୍ତର ଦେବି ଅବା ତାକୁ
କଣ ପୁଣି ଅଭିନୟ?
ମାେ ମା ର ଚିତ୍କାର କୁ ଭି!
ମିଛ ଅଭିନୟ ରେ କିଛି କହିବ
କଣ ମାେ ଜୁଇ?
କଣ ପୁଣି ଅଭିନୟ?
©ଅଧ୍ୟାପକ ସୌମ୍ୟରଞ୍ଜନ ହୋତା
