STORYMIRROR

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ଅନାହତ ନାଦ ୩ (ଭାଗ ୪)

ଅନାହତ ନାଦ ୩ (ଭାଗ ୪)

2 mins
195


(ଅନାହତ ନାଦ – ଅନାହତ ଅର୍ଥ ବିନା ଆଘାତ, ନାଦ ଅର୍ଥ ଧ୍ଵନି । ଦୁଇଟି ବସ୍ତୁ ପରସ୍ପର ସହିତ ପିଟି ହେଲେ ଧ୍ୱନି ଯାତ ହୁଏ । ଇଂରାଜୀରେ ଅଛି vibration causes sound । ବସ୍ତୁ ପରସ୍ପର ପିଟି ହେଲେ କମ୍ପନ ହୁଏ ଓ କମ୍ପନ ଯୋଗୁ ଧ୍ୱନି ସୃଷ୍ଟି ହୁଏ । କିନ୍ତୁ କୌଣସି ଆଘାତ ବିନା ଯଦି ଧ୍ୱନି ସୃଷ୍ଟି ହୁଏ ତେବେ ତାହାକୁ ଅନାହତ ନାଦ କୁହାଯାଏ । ଅନାହତ ନାଦ ଏକ ପ୍ରକାର ଯୋଗର ନାମ ।)

ଏକାଗ୍ର ଭାବେ ସ୍ମରଣ କର, ମୁଖେ ନ ବାହାରୁ ବୋଲ,

ବାହାର ଦ୍ୱାର ବନ୍ଦ କରି ତୁ ଅନ୍ତରାତ୍ମା ଦ୍ୱାର ଖୋଲ ।୩୭। 

ମାଳା ଗଡେ଼ଇ ଯୁଗ ବିତିଲା, ସରୁନି ଗଡ଼ା ମନର,

ହାତର ମାଳା ଫୋପାଡ଼ି ଗଡ଼ା, ମନରେ ମାଳା ନାମର ।୩୮।  

ସ୍ମରଣ ମାଳା ମନରେ ଗଡ଼ା, ଦେଖାନି ସଂସାରୀ ଭେକ, 

ମାଳା ଗଡ଼ାରେ ହରି କି ମିଳେ, କୂପ ରହନ୍ତକୁ ଦେଖ ।୩୯।

କବୀର ମାଳା କାଠ ତିଆରି, କେତେ ଯତ୍ନରେ ଗଡ଼ାଉ,

ଶ୍ୱାସ ମାଳାରେ ନାମ ନିଅ ତୁ, ଗଣ୍ଠି ନ ଥିଲେ ନ ଥାଉ ।୪୦।             

ତନୁ, ମନ ଓ ବଚନ ସ୍ଥିର, ଦୃଷ୍ଟି ଓ ଶ୍ରବଣ ସ୍ଥିର,

କବୀର ମିଳେନି ଏପରି ପଳ, ଖୋଜି କଳ୍ପ କଳ୍ପାନ୍ତର ।୪୧।  

ଅଜପ ମରେ, ଜପ ବି ମରେ, ଅନହଦ ମରି ଯାଏ,

ନାମ ଶବ୍ଦରେ ଯେ ମଗ୍ନ ଥାଏ, କାଳ ତାହାକୁ ନ ଖାଏ ।୪୨।  

କବୀର, କ୍ଷୁଧା କୁକୁରୀ ସମ, ଭଜନକୁ କରେ ଭଙ୍ଗ,

ଖଣ୍ଡିଏ ରୋଟି ପାଟିରେ ଦିଅ, ସ୍ମରଣ କର ନିଃଶଙ୍କ ।୪୩। 

ତୁ ତୁ କରି ଭଜନ କଲି, ନାହିଁ ମୁଁ ନିଜ ଭିତରେ,

ଉତ୍ସର୍ଗୀକୃତ ଦେଖି ପାରେ ମୁଁ ତୁ ହି ତୁ ସବୁ ଦିଗରେ ।୪୪। 

କବୀର କଅଣ କରିବି ଚିନ୍ତା, କାହିଁକି ହେବ ମୋ ଚିନ୍ତା,

ମୋ ପାଇଁ ଚିନ୍ତା କରନ୍ତି ପ୍ରଭୁ, ନାହିଁ କିଛି ମୋର ଚିନ୍ତା ।୪୫। 

ସାଧୂ ରଖେନି ଧନ ସମ୍ପଦ, ଉଦର ସମାନ ନିଏ,

ହରି ତାହାର ପାଖରେ ଠିଆ, ଯେବେ ମାଗେ ସେବେ ଦିଏ ।୪୬। 

କର୍ମ କର୍ମଣି ଲିଖିତ ଅଛି, ତଦନୁସାରେ ଫଳ,

ମୁଣ୍ଡ ପିଟିଲେ ମସାଏ କମ୍, ବା ବଢେ଼ନି ଏକ ତିଳ ।୪୭। 

ପ୍ରଭୁ ଆମକୁ ଦିଅ ଏମିତି, କୁଟୁମ୍ବ ଯଥେଷ୍ଟ ପାଉ,

ମୋର ବି ଭୋକ ନ ରହୁ କେବେ, ସାଧୁ ଭୋକରେ ନ ଯାଉ ।୪୮। 


(ବୋଲ- କଥା)

ରହନ୍ତ- ଦୁଇଟି ବାଲ୍ଟି ଏକ ସଙ୍ଗେ ବନ୍ଧା) 

ଉଦର ସମାନ- ପାକସ୍ଥଳୀରେ ଥିବା ସ୍ଥାନ ସମାନ)


Rate this content
Log in

Similar oriya poem from Classics