STORYMIRROR

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ଅନାହତ ନାଦ ୩ ( ଭାଗ ୨ )

ଅନାହତ ନାଦ ୩ ( ଭାଗ ୨ )

2 mins
171


( ଅନାହତ ନାଦ – ଅନାହତ ଅର୍ଥ ବିନା ଆଘାତ, ନାଦ ଅର୍ଥ ଧ୍ଵନି । ଦୁଇଟି ବସ୍ତୁ ପରସ୍ପର ସହିତ ପିଟି ହେଲେ ଧ୍ୱନି ଯାତ ହୁଏ । ଇଂରାଜୀରେ ଅଛି vibration causes sound । ବସ୍ତୁ ପରସ୍ପର ପିଟି ହେଲେ କମ୍ପନ ହୁଏ ଓ କମ୍ପନ ଯୋଗୁ ଧ୍ୱନି ସୃଷ୍ଟି ହୁଏ । କିନ୍ତୁ କୌଣସି ଆଘାତ ବିନା ଯଦି ଧ୍ୱନି ସୃଷ୍ଟି ହୁଏ ତେବେ ତାହାକୁ ଅନାହତ ନାଦ କୁହାଯାଏ । ଅନାହତ ନାଦ ଏକ ପ୍ରକାର ଯୋଗର ନାମ ।)


ଅନ୍ଧ ସମାନ ଘୁରି ବୁଲନ୍ତି, ମନରେ ନାହିଁ ବିଚାର,

ହରି ଭକତି ଜାଣିବା ବିନା, ବୁଡ଼ି ମରଇ ସଂସାର ।୧୩। 

ସମସ୍ତ କର୍ମ କାମନା ଯୁକ୍ତ, ଭକ୍ତିର କର୍ମ ନିଷ୍କାମ,

କବୀର କହେ ଡାକି ସଭିଙ୍କୁ, ଭକ୍ତି କରିବା ତୋ କାମ ।୧୪।  

ଏହି ଘରଟି ପ୍ରେମର ଘର, ନୁହେଁ ତୋ ମାଇଁର ଘର,

ମୁଣ୍ଡ କାଟି ତୁ ଭୁମିରେ ପକା, ତେବେ ପଶିବୁ ଭିତର ।୧୫। 

ପ୍ରେମ ଫଳେନି ବାଡ଼ିରେ କେବେ, ହାଟରେ ବିକ୍ରି ନ ହୁଏ,

ରାଜା ପରଜା ଯାହାକୁ ରୁଚେ, ମୁଣ୍ଡ ଦେଇ ନେଇ ଯାଏ ।୧୬। 

ପ୍ରେମ ପିଆଲା ପିଇଲେ ମୁଣ୍ଡ ଦକ୍ଷିଣା ଦେବାକୁ ହୁଏ,

ଲୋଭୀ ଦକ୍ଷିଣା ନ ଦେଇ ପାରି, ପ୍ରେମରେ ନାମ ନିଏ ।୧୭। 

କ୍ଷଣକେ ଚଢ଼େ କ୍ଷଣେ ଓହ୍ଲାଏ, ଏହାକୁ ପ୍ରେମ ନ କହି,

ଅନନ୍ତ ପ୍ରେମ ହୃଦରେ ଥିଲେ, ପ୍ରେମ ତାହାକୁ କହି ।୧୮। 

ଶତ ଯୋଜନ ଦୂରରେ ଥାଇ ବି ରହେ ହୃଦ ଭିତର,

କପଟୀ ସେହି ଘରେ ରହି ବି ରହନ୍ତି ସମୁଦ୍ର ପାର ।୧୯। 

ତୁମର ମୋର ତତ୍ତ୍ୱ (ତତ୍ୱ) ସମାନ, ଦୁଇ ଦେହ ଏକ ପ୍ରାଣ,

ତୁମ ମନରେ ଜାଣି ପାରିବ, ମୋ ମନ ଗୁପ୍ତ ଚିନ୍ତନ ।୨୦ 

ପ୍ରଭୁଙ୍କ ପ୍ରେମ ଦ୍ରବଣ ହୋଇ ମିଶି ଯାଇଛି ମନରେ, 

ପ୍ରତି ଲୋମ ମୋ ପ୍ରଭୁଙ୍କୁ ଭଜେ, କହେନି କିଛି ମୁଖରେ ।୨୧। 

ପ୍ରେମର ରସ ପିଇବୁ ଏଣେ, ରଖିବୁ ନିଜର ମାନ,

ଏକ ଖୋଳରେ ଦୁଇଟି ଖଣ୍ଡା ରହିଛି, ଶୁଣିନି କାନ ।୨୨।  

କବୀର ପ୍ରେମ ପିଆଲା ପିଇ ଅନ୍ତରେ ଦେଲା ମିଶେଇ,

ସଂଚରି ଗଲା ପ୍ରତି ଲୋମରେ, ଔଷଧ କିଏ ବା ଖାଇ ।୨୩।  

କବୀର ଗୁରୁ ରସ ପିଇଛି, ମରିଛି ଶୋଷ ଓ ଭୋକ, 

କୁମ୍ଭାର ପୋଡ଼ା କଳସ କେବେ, ପୁନଶ୍ଚ ଚଢେ଼ନି ଚକ ।୨୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics