STORYMIRROR

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ଅନାହତ ନାଦ-୨ ଭାଗ-୨

ଅନାହତ ନାଦ-୨ ଭାଗ-୨

1 min
189


ଅନାହତ ନାଦ ୨ (୭୦ ପଦ)

ଭାଗ ୨ (୧୧ -୨୦ ପଦ)

ମୁଖ ନିସୃତଃ କବି – ସନ୍ଥ କବୀର ଦାସ

ଅନୁବାଦ - Dr Subas Chandra Rout

(ଅନାହତ ନାଦ – ଅନାହତ ଅର୍ଥ ବିନା ଆଘାତ, ନାଦ ଅର୍ଥ ଧ୍ଵନି । ଦୁଇଟି ବସ୍ତୁ ପରସ୍ପର ସହିତ ପିଟି ହେଲେ ଧ୍ୱନି ଯାତ ହୁଏ । ଇଂରାଜୀରେ ଅଛି vibration causes sound । ବସ୍ତୁ ପରସ୍ପର ପିଟି ହେଲେ କମ୍ପନ ହୁଏ ଓ କମ୍ପନ ଯୋଗୁ ଧ୍ୱନି ସୃଷ୍ଟି ହୁଏ । କିନ୍ତୁ କୌଣସି ଆଘାତ ବିନା ଯଦି ଧ୍ୱନି ସୃଷ୍ଟି ହୁଏ ତେବେ ତାହାକୁ ଅନାହତ ନାଦ କୁହାଯାଏ । ଅନାହତ ନାଦ ଏକ ପ୍ରକାର ଯୋଗର ନାମ ।)

ଯାହା କରିଛି ତୁମେ କରିଛ, ମୁହିଁ କିଛି କରିନାହିଁ,

ଲାଗୁଛି ଯାହା କରିଛି ମୁହିଁ, ମୋ ଦ୍ୱାରା କରିଛୁ ତୁହି ।୧୧।

ମୋହର ସାଇଁ ସିଦ୍ଧ ବେପାରୀ, ସହଜେ କରେ ବେପାର,

ଦଣ୍ଡି ରଖିନି ପଲା ବି ନାହିଁ, ତଉଲେ ସାରା ସଂସାର ।୧୨। 

ସାଇଁ ତୋ ଠାରେ ଯଦି ବିମୁଖ, କଉଡ଼ି ମୂଲ୍ୟ ତୋ ନାହିଁ,

ଯାହା ଶିରରେ ତା ଆଶୀର୍ବାଦ, ଲକ୍ଷ ଲକ୍ଷ ମୂଲ୍ୟ ତହିଁ ।୧୩।

ତୁମର ସାଇଁ ତୁମ ମଧ୍ୟରେ ଯେପରି ପୁଷ୍ପରେ ବାସ,

କସ୍ତୁରୀ ମୃଗ ଘାସରେ ଖୋଜେ ନ ଜାଣି ସେହି ରହସ୍ୟ ।୧୪। 

ଯାହାକୁ ଖୋଜୁ ଦୁନିଆ ସାରା, ଅଛନ୍ତି ତୁମ ମଧ୍ୟରେ,

ଭ୍ର୍ରମ ପରଦା ଘୋଡେ଼ଇ ଅଛୁ, ତେଣୁ ଅଛି ଅଦୃଶ୍ୟରେ ।୧୫। 

ବୁଝି ପାରିଲେ ଘରେ ତୁ ରହ, ଖୁସିରେ ଦେଖି ପାରିବୁ,

ନିଜର ପ୍ରଭୁ ନିଜ ମଧ୍ୟରେ, ଅନ୍ୟତ୍ର କାହିଁ ଖୋଜିବୁ ।୧୬। 

ଯେତେକ ଘଟ ସେତେକ ମତ, ବହୁ ବାଣୀ ବହୁ ଭେକ,

ବ୍ୟାପକ ଭାବେ ସବୁ ଘଟରେ, ରହନ୍ତି ସେହି ଅଲେଖ ।୧୭।

ଜ୍ୱଳନ୍ତ ଅଗ୍ନି ରୁପ ତାଙ୍କର, ଘଟେ ଲୁଚିଥାନ୍ତି ସେହି, 

ଚିତ୍ତ ଚକମକି ଘସିନୁ ଯଦି, ଅଗ୍ନି ଦେଖାଯିବ କାହିଁ ।୧୮।

କବୀର, ଶୁଭେ ଶରୀର ମଧ୍ୟେ ବିନା ବାଦ୍ୟରେ ଝଙ୍କାର, 

ବାହ୍ୟ ଅନ୍ତରେ ପ୍ରତିଧ୍ୱନିତ, ତୁଟାଏ ଭ୍ରମ ସମ୍ଭାର ।୧୯।

ଶବ୍ଦ ଶବ୍ଦରେ ବହୁ ଅନ୍ତର, ସାର ଶବ୍ଦେ ଚିତ୍ତ ଦିଅ,

ଯେଉଁ ଶବ୍ଦରେ ମିଳିବେ ପ୍ରଭୁ, ତାହା ଅନ୍ତରେ ଲଗାଅ ।୨୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics