STORYMIRROR

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ଅନାହତ ନାଦ-୧ ଭାଗ-୬

ଅନାହତ ନାଦ-୧ ଭାଗ-୬

2 mins
176

ଅନାହତ ନାଦ ୧ (୯୬ ପଦ), ଭାଗ ୬ (୬୧ – ୭୨ ପଦ)

(ଅନାହତ ନାଦ – ଅନାହତ ଅର୍ଥ ବିନା ଆଘାତ, ନାଦ ଅର୍ଥ ଧ୍ଵନି । ଦୁଇଟି ବସ୍ତୁ ପରସ୍ପର ସହିତ ପିଟି ହେଲେ ଧ୍ୱନି ଯାତ ହୁଏ । ଇଂରାଜୀରେ ଅଛି vibration causes sound । ବସ୍ତୁ ପରସ୍ପର ପିଟି ହେଲେ କମ୍ପନ ହୁଏ ଓ କମ୍ପନ ଯୋଗୁ ଧ୍ୱନି ସୃଷ୍ଟି ହୁଏ । କିନ୍ତୁ କୌଣସି ଆଘାତ ବିନା ଯଦି ଧ୍ୱନି ସୃଷ୍ଟି ହୁଏ ତେବେ ତାହାକୁ ଅନାହତ ନାଦ କୁହାଯାଏ । ଅନାହତ ନାଦ ଏକ ପ୍ରକାର ଯୋଗର ନାମ ।)

ଆଠ ପ୍ରହର ଚୌଷଠି ଘଡ଼ି, ନୁହେଁ ମୋର ଅନ୍ୟ କେହି, 

ଚକ୍ଷୁ ଦ୍ୱୟରେ ତୁମେହିଁ ଅଛ, ନିଦ ପାଇଁ ସ୍ଥାନ କାହିଁ?୬୧।  

ଉତ୍ସର୍ଗୀକୃତ ଗୁରୁ ଚରଣେ, ଶତ ବାର ପ୍ରତି ପଳ,

ମାନବରୁ ସେ ଦେବତା କଲେ, ଲାଗିଲାନି କିଛି ବେଳ ।୬୨।  

ଗୁରୁ ରଜକ, ଶିଷ୍ୟ କପଡ଼ା, ସାବୁନ ସର୍ଜନାକାର,

ସ୍ମୃତି ପ୍ରସ୍ତର ଉପରେ ପିଟେ, ବିକଶେ ଜ୍ୟୋତି ଅପାର ।୬୩। 

ଗୁରୁ କୁମ୍ଭାର, ଶିଷ୍ୟ ମାଠିଆ, ଗଢ଼େ କାଢ଼ି ତାର ଖୋଟ,

ଭିତରେ ଅବଲମ୍ବନ ଆଉ ବାହାରେ ମାରେ ଚୋଟ ।୬୪।

(ଭିତରେ ସ୍ନେହ ରଖନ୍ତି ଗୁରୁ, ଉପରେ ମାରନ୍ତି ଚୋଟ ।)

କବୀର, କହେ ମଣିଷ ଅନ୍ଧ, ଗୁରୁଙ୍କୁ ବୁଝନ୍ତି ନାହିଁ,

ହରି ରାଗରୁ ବଞ୍ଚାନ୍ତି ଗୁରୁ, ଗୁରୁ ରାଗେ ମୁକ୍ତି ନାହିଁ ।୬୫।  

ରଖିଛ କାହିଁ, ଖୋଜୁଛ କାହିଁ, କିପରି ଆସିବ ହାତେ,

କବୀର, ତାହା ପାଇବ ଥିଲେ ଜାଣିଥିବା ଲୋକ ସାଥେ ।୬୬।  

ଯଦି ବା କାଳେ ଚୌଷଠି ଦୀପ, ଚଉଦ ଚନ୍ଦ୍ରମା ଥାଏ,

ତଥାପି ତୋ ଘର ଅନ୍ଧାର ଭରା, ସଦ୍‌ଗୁରୁ ନ ଥିବା ଯାଏ ।୬୭। 

ବନ୍ଧନ ଯୁକ୍ତ ଦୁଇ ମାନବ, କା ବନ୍ଧନ କେ ଖୋଲିବ, 

ବନ୍ଧନ ମୁକ୍ତ ଜଣେ ମିଳିଲେ, ଅନ୍ୟର ସେହି ଖୋଲିବ ।୬୮। 

ସାଧୁ ହେବାଟି କଷ୍ଟ ଯେମିତି ଚଢ଼ିବା ଉଚ୍ଚ ଖଜୁର

ଚଢ଼ିଲେ ପ୍ରେମ ରସ ଚାଖିବ, ପଡ଼ିଲେ ଚୂର୍ଣ୍ଣ ଶରୀର ।୬୯। 

ଆସନ୍ତି କେହି ଭାବ ସହିତ, କାହାର ଭାବ ଅଭାବ,

ସାଧୁ ନିଅନ୍ତି ଦୁହିଙ୍କ ଯତ୍ନ, ନ ଭାବି ଭାବ ଅଭାବ ।୭୦। 

ସୀମାରେ ଚାଲେ ମାନବ ଜାତି, ସାଧୁ ସୀମା ଅତୀତ,

ସୀମା ଅସୀମା ବାହାରେ ଯିଏ, ତାଙ୍କର ସ୍ଥିତି ଅନନ୍ତ ।୭୧। 

ସଜ୍ଜନ ସାଧୁ ସୁନା ସମାନ, ଭାଙ୍ଗେ ଯୋଡ଼େ ଶହେ ଥର,

ଦୁର୍ଜ୍ଜନ ମାଟି କୁମ୍ଭ ସମାନ, ଏକ ଧକ୍କାରେ ସେ ଚୂର୍ଣ୍ଣ ।୭୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics