ଅନାଦି ଅନନ୍ତ
ଅନାଦି ଅନନ୍ତ
ଅନାଦି, ଅବ୍ୟକ୍ତ , ଅରୂପ, ଅନନ୍ତ
ନାହିଁ ରୂପ ରେଖ ଅନ୍ତ.
ରତ୍ନ ସିଂହାସନେ ଭିନ୍ନ ଭିନ୍ନ ନାମେ
ଜଗତନାଥ ଜଗନ୍ନାଥ. l0l
ଚକାଆଖି, ଚକାନୟନ ନାମଟି
ଚକା ଚକା ନେତ ନେଇ
ଚକାଡୋଳା ନାମ ବହିଛ ପ୍ରଭୁହେ
ପଲକ ପଡଇ ନାହିଁ
ବିନା ପଲକରେ ଚାହିଁଛ ଜଗତେ
ଚିରନ୍ତନ ଏହା ସତ୍ୟ. l1l
ଦାରୁରୁ ନିର୍ମାଣି ଦାରୁ ବ୍ରହ୍ମ ପୁଣି
ତୁମେ ଯେ ଦେବାଧିଦେବ.
ସାରା ଜଗତର ସ୍ୱାମୀ ତୁମେ ବୋଲି
ଜଗଦିଶ ନାମ ତଵ.
କାଳିଆ ଠାକୁର କଳାଦେହ ତୋର
ମହାବାହୁ ମହା ହାତ. l2l
ନୀଳାଦ୍ରି ବିହାରି ନୀଳମାଧଵ ହେ
ନୀଳାଚଳେ ବାସ କରି.
ପତିତପାବନ, ପୁରୁଷୋତ୍ତମ ହେ
ପାପିଙ୍କୁ ପାପୁ ଉଦ୍ଧରି.
ପଦ୍ମଲୋଚନ ନାମଟି ତୁମର
ପଦ୍ମ ପରି ଅଟେ ନେତ୍ର. l3l
