STORYMIRROR

Kalandi pal

Inspirational

3  

Kalandi pal

Inspirational

ଅନାଦି ଅନନ୍ତ

ଅନାଦି ଅନନ୍ତ

1 min
252


ଅନାଦି, ଅବ୍ୟକ୍ତ , ଅରୂପ, ଅନନ୍ତ

       ନାହିଁ ରୂପ ରେଖ ଅନ୍ତ.

ରତ୍ନ ସିଂହାସନେ ଭିନ୍ନ ଭିନ୍ନ ନାମେ

       ଜଗତନାଥ ଜଗନ୍ନାଥ. l0l


ଚକାଆଖି, ଚକାନୟନ ନାମଟି

       ଚକା ଚକା ନେତ ନେଇ

ଚକାଡୋଳା ନାମ ବହିଛ ପ୍ରଭୁହେ

       ପଲକ ପଡଇ ନାହିଁ

ବିନା ପଲକରେ ଚାହିଁଛ ଜଗତେ

       ଚିରନ୍ତନ ଏହା ସତ୍ୟ. l1l


ଦାରୁରୁ ନିର୍ମାଣି ଦାରୁ ବ୍ରହ୍ମ ପୁଣି

       ତୁମେ ଯେ ଦେବାଧିଦେବ.

ସାରା ଜଗତର ସ୍ୱାମୀ ତୁମେ ବୋଲି

        ଜଗଦିଶ ନାମ ତଵ.

କାଳିଆ ଠାକୁର କଳାଦେହ ତୋର

       ମହାବାହୁ ମହା ହାତ. l2l


ନୀଳାଦ୍ରି ବିହାରି ନୀଳମାଧଵ ହେ

       ନୀଳାଚଳେ ବାସ କରି.

ପତିତପାବନ, ପୁରୁଷୋତ୍ତମ ହେ

     ପାପିଙ୍କୁ ପାପୁ ଉଦ୍ଧରି.

ପଦ୍ମଲୋଚନ ନାମଟି ତୁମର

       ପଦ୍ମ ପରି ଅଟେ ନେତ୍ର. l3l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational