ଅନ୍ ଲାଇନ୍ କବିତା ଆସର
ଅନ୍ ଲାଇନ୍ କବିତା ଆସର
କବି ର ଆଖି କୁ ନିଦ ନାହିଁ
ଆଇନା ଆଗରେ
ସଜେଇ ହେଇ ଆବୃତ୍ତି କରୁୁୁଛି କବିତା
ଏ କରୋନା କାଳରେ
ଡାଏରୀ ର ଛତୁ ଫୁଟା ପଙ୍ତିରୁ କିଛି
ଗୁୁୁୁଣୁଗୁଣେଇ ହେଉଛି ।
ହଁ , ଅଛି ପରା
ଅନ୍ ଲାଇନ୍ କବିତା ଆସର
ଘରେ ବସି ଗୁଗୁଲ୍ ମିଟ୍ ରେ
ଶୁୁୁଣିବ ସେ, ଶୁଣେଇବ
ହୃୃଦୟର ସ୍ବର ।
ପରବାଏ ନାହିଁ
କା' ଘର କେତେ ଦୂୂୂର
ଗୋଟିଏ ସ୍କ୍ରିନ୍ ରେ
ସଭିଏଁ ଏତେ ପାଖାପାଖି
ଅନେକ ଦିନର ବିରତି ପରେ
ପରିବାର ର ସମସ୍ତେ
ଏକଜୁଟ, ଲାଗୁଛି ସେମିତି ।
ଯିିିଏ ଯା'ର ମନ କଥା
ମରମ ତଳର ବ୍ୟଥା
ବଖାଣନ୍ତି ନିିଜସ୍ବ ଶୈଳୀ ରେ
ଆବେଗର ଝରଣା ଟେ
ଝର ଝର ଝରିଯାଏ
ଗୀତ ଟିଏ ଛନ୍ଦ ତୋଳେ
ଶବ୍ଦ ବର୍ଣ୍ଣାଳୀରେ ।