STORYMIRROR

Arundhati Senapati

Abstract

3  

Arundhati Senapati

Abstract

ଅମୂଲ୍ୟ ଶବ୍ଦ ମା'

ଅମୂଲ୍ୟ ଶବ୍ଦ ମା'

1 min
11.5K

ସେ କେବେ ଶାନ୍ତିରେ ଶୁଏ

ମୁଁ ଦେଖିନି।

ସେ କେବେ ଭଲ ଚିଜଟିଏ ଖାଏ

ତା' ବି ମୁଁ ଦେଖିନି।

ନିଜକୁ କଷ୍ଟ ଦେଇ

ସନ୍ତାନର ରିଷ୍ଟ ଖଣ୍ଡନ କରେ ସେ।

ମନର କଥାକୁ

କହିବା ପୂର୍ବରୁ ବୁଝି ନିଏ ସେ।

ମୋ ପାଇଁ ବାପାଙ୍କଠୁ ଆରମ୍ଭ କରି

ପରିବାରର ସମସ୍ତଙ୍କଠୁ ଗାଳି ଖାଏ ସେ।

ସନ୍ତାନର ସାମାନ୍ୟ ଖୁସି ଦେଖି

ଖୁସି ହୁଏ ସେ।

ଏତେ ତ୍ୟାଗ, ବଳିଦାନ

କେହି କାହାରି ପାଇଁ କରନ୍ତିନି।

କାରଣ ସେ କହେ ଦଶ ମାସ ଗର୍ଭରେ

ମୁଁ ହିଁ ଧାରଣ କରିଥିଲି।

ଜୀବନର ଶେଷ ଯାଏଁ ବି

ରକ୍ଷା କବଚ ତୋର ସାଜିବି ମୁଁ।

ସହଜ ସରଳ ଗୋଟିଏ ଶବ୍ଦ ମା'

ହେଲେ ଜୀବନ ସାରା ବିତି ଗଲେ ବି ତାକୁ ବୁଝି ହୁଏ ନାହିଁ ଯାହା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract