STORYMIRROR

pranati Mahapatra

Inspirational

2  

pranati Mahapatra

Inspirational

ଅମୁଲ୍ୟ ଶବ୍ଦ ସର୍ତ୍ତ

ଅମୁଲ୍ୟ ଶବ୍ଦ ସର୍ତ୍ତ

1 min
23


ଜୀବନ ଜୀବିକା ଏଠି ବିପର୍ଯ୍ୟସ୍ତ

କୁହୁଳି କୁହୁଳି ଅହରହ ଜଳେ ଉଦର

କିଏ ଆସିଲା, କାହିଁକି ଆସିଲା ଯେ

ଯିବାର ନାଁ ଧରୁନି,

ନିଆଁ ଲାଗି ହୁତୁହୁତୁ ହୋଇ ଜଳେ ସଂସାର।


ଦୀର୍ଘ ଛଅମାସ ହେଲା

ବଅଲେଇ ବଅଲେଇ, ଆଜି ଆଉ କାଲି

କେବେବି ପୂରଣ ହୋଇ ପାରିନାହିଁ

ସେହି ଦୁଇଟି ଅକ୍ଷରର ଗୋଟିଏ ଶବ୍ଦ।

ଚାଲିଛି ଦିନରାତି, ଖରାବର୍ଷା ନ ମାନି

ଆନ୍ଦୋଳନ, ଧର୍ମଘଟ,ନାରାବାଜି,

ଥକି ଗଲାଣି ମନ,ହୃଦୟ 

ବାରମ୍ବାର ଧୋକା ଖାଉଛି ବିବେକ,

ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି 

ସଭିଙ୍କ ପାଖରେ ଗୁହାରି।

ହେଲେ ସବୁ ବ୍ୟର୍ଥ।


ଟପ୍ ଟପ୍ ବହି ଯାଉଛି ଅବିରତ ଲୁହ ଲହୁହୋଇ

ଦେଇ ପାରୁନି ବୋଧ ଚାରିପ୍ରାଣୀଙ୍କୁ,

ବାକ୍ ସ୍ଫୁରଣ ହେଉନାହିଁ।


ନିକମା ହୋଇ ଯାଇଛି ସଭିଙ୍କ ପାଖରେ

ବିନାଶ୍ରମେ ବହିଚାଲିଛି ଗମ୍ ଗମ୍ ସ୍ଵେଦବିନ୍ଦୁ,

ମଥାରୁ ଆରମ୍ଭ କରି ସର୍ବାଙ୍ଗ ଶରୀର।


ତଥାପି ଭେଦି ପାରୁନାହିଁ ତାଙ୍କୁ।

ସଭିଏଁ ଯେମିତି ପାଲଟି ଯାଇଛୁ ସ୍ଥାଣୁ।

ଅସହାୟ ନିରୁପାୟ, ହାତ ପାଦ 

ବନ୍ଧା ପଡିଯାଇଛି ସେହି ଶବ୍ଦ ନିକଟରେ।


ରହିଯାଇଛି ଫାଇଲ ଭିତରେ

 ବଡ଼ବାବୁ ଦେଇଥିବା ତାଙ୍କର ସେହି

ଅମୁଲ୍ୟ ଶବ୍ଦ ସର୍ତ୍ତ।



Rate this content
Log in

Similar oriya poem from Inspirational