STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଅମୃତମୟ

ଅମୃତମୟ

1 min
13.5K


ସ୍ବଭାବ କବି ଗଙ୍ଗାଧର ମେହେର


ନବ ବିକଶିତ ଫୁଲ ଗନ୍ଧ

ନବ ସରସ କବିତା ଛନ୍ଦ

ବନ ବିହଗ ମଧୁର ତାନ

ଶିଶୁ ସରଳ ତରଳ ଗାନ

ନବ ପ୍ରଫୁଲ୍ଲ କମଳ କାନନ

ନବ ସୁକୁମାର ଶିଶୁ ଆନନ୍ଦ

ଅମୃତମୟ ଅମୃତ ରୟ

ଭସାଇ ନେଉଛି ଜୀବନ ।।


ଧୀର ଚକିତ ଶୀତଳ ବାତ

ଚିର ଲଳିତ କୁମୁଦ ନାଥ

କ୍ଷୀର ଧବଳ ଚନ୍ଦ୍ରିକା ଜାଲ

ନୀର ଦାନ ଦକ୍ଷ ଘନମାଳ

ମୃଦୁ ମଧୁର ଆଲୋକ ଉଷାର

ନବ ପଲ୍ଲବ ପତିତ ତୁଷାର

ଅମୃତମୟ ଅମୃତ ରୟ

ମଜ୍ଜାଇ ଦେଉଛି ସଂସାର ।।


ମିଟି ମିଟି ଜକ ଜକ ତାରା

ଟପ ଟପ ଜଳଧର ଧାରା

ତମନାଶନେ ଧାବିତ ଧଷ୍ଣି

ତମ ମୁକତ ଅବନୀ ହୃଷ୍ଟ

ଗିରିଗରଭ ପ୍ରସୂତ ନିର୍ଝର

ଦୂର ଲମ୍ଫିତ ପ୍ରପାତ ଝର୍ଝର

ଅମୃତମୟ ଅମୃତରୟ

ଜୀବନ କରୁଛି ଜର୍ଜର ।।


ମୁଁ ତ ଅମୃତ ସାଗର ବିନ୍ଦୁ

ନଭେ ଉଠିଥିଲି ତେଜି ସିନ୍ଧୁ

ଖସି ମିଶିଛି ଅମୃତ ଧାରେ

ଗତି କରୁଛି ସେ ଅକୂପାରେ

ପଥେ ଶୁଖିଗଲେ ପାପ ତାପରେ

ହୋଇ ଶିଶିର ଖସିବି ତା ପରେ

ଅମୃତମୟ ଅମୃତରୟ

ସହିତ ମିଶିବି ସାଗରେ ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics