STORYMIRROR

Lipika Mahapatra

Inspirational

4  

Lipika Mahapatra

Inspirational

ଅମୃତମୟ

ଅମୃତମୟ

1 min
238

ନୁହେଁ ସେ ଅମର ନୁହେଁ ସେ ଅକ୍ଷୟ

କଳନାତୀତ ଅଟେ ଶ୍ରଦ୍ଧେୟ

ଅଖିଳ ବିଶ୍ୱେ ଅଙ୍କିତ ସେ ଚିତ୍ର

କି ଅମୁଲ୍ୟ ସେ ଯେ ଅମୃତମୟ...


ସେ ଜନନୀ ଜାହ୍ନବୀ ପରି

ସତେ କିଏ ହେବନି ତା ସରି.

ମଧୁର ସୁନ୍ଦର ସରଳ ଆକାର

ମଧୁଭରା ବ୍ୟବହାର

ସେ ଅଭେଦ୍ୟ ମାଆ ଆଦରଣୀୟା ସେ 

ଅମିଶ୍ରିତ ଆତ୍ମା ଆମ ଅମ୍ବର...


ସେ ମନ୍ତ୍ରମୁଗ୍ଧ ସତେ କିମିଆଁ

ବିନମ୍ରେ ସଦା ସେ ନୁଆଁଣିଆ.

ସେ ଯେ ଉର୍ଜ୍ଜ୍ୟା ଭରା ଏକ ଶକ୍ତି

ହୋଇ କ୍ଷମା ଅର୍ପୟିତ୍ରୀ

ପୁଣି ଦୟା ଶ୍ରଦ୍ଧାଦାତ୍ରୀ

ସେ ଯେ ଅପ୍ରାପ୍ତିରେ ଶାନ୍ତ ପ୍ରାପ୍ତି...


ସେ ଅମୃତଧାରା ବରଷା

ନିଜ ସୁକୃତିର ସୁଖ ଭରସା

ଝରିଯାଉଥାଏ ସୁଖଝର ହୋଇ

ସତେକି ତୃଷ୍ନାଭରା ପାନୀୟ

ସେ ଉଦରଗତ ସନ୍ତୁଷ୍ଟି ପ୍ରଦତ୍ତ

ମନ୍ଥିତ ପାନ ସାଗରୁ ଉଦ୍ଧୃତ...


ଦେବ ଦାନବେ ଲୋଭେ ଇତସ୍ତତଃ

ମାତୃପାଦୁକାରେ ସେ ଯେ ପ୍ରାପତ

ମାତୃ ବଚନ ଅବ୍ୟର୍ଥ ଔଷଧ

ମାତୃ ପୂଜା ସତେ ଦେଵତ୍ୱ ପ୍ରାପ୍ତି

ସେ ଆଶୀର୍ବାଦ ଅମୃତମଣୋହି

ଵିପଦୁ ଉଦ୍ଧାର କରେ ତା ଶକ୍ତି...


ତା'ର ପଣତସଦା ଅମୃତମୟ 

ମନମନ୍ଦିରେ ସଦା ସେ ଅର୍ଚ୍ଚନୀୟ. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational