STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଅମୃତମୟ ଉତ୍କଳ ୭

ଅମୃତମୟ ଉତ୍କଳ ୭

1 min
167


ଏଇ ମୋ ଓଡ଼ିଶା ଏଇ ମୋ ଉତ୍କଳ ଏଇତ ପ୍ରାଚିନ କଳିଙ୍ଗ

ନବ କୋଟି କର୍ଣ୍ଣାଟୋତ୍କଳ ବର୍ଗେଶ୍ଵର ମୋ ଦେଶ ରାଜନ୍ୟ ବର୍ଗ

ଗଙ୍ଗା ଠାରୁ ଗୋଦାବରୀ ମୋ ରାଇଜ ରାଜଚକ୍ରବର୍ତ୍ତି ମୋ ରାଜା

ଗରବରେ ମୋର ଛାତି ଫୁଲି ଉଠେ ଭାଗ୍ୟବାନ ମୁଁ ତା ପରଜା ।।


ଜ୍ୟୋତିର୍ବିଦ ମୋର ବାଉଁଶ ନଳରେ ଗଣେ କୋଟି କୋଟି ତାରକା

ସିଦ୍ଧାନ୍ତ ଦର୍ପଣ ରଚନା ବହିରେ ଲେଖେ ସରଗ‌ ରାଜ୍ୟ କଥା

ପଠାଣି ସାମନ୍ତ ମୋ ଓଡ଼ିଆ ପୁଅ ଗରବେ ମୋ ଛାତି ଫୁଲଇ

ପୂଣ୍ୟମୟ ପୂତ ପବିତ୍ର ଏ ମାଟି ମୋ ଜନମ କରମ ଭୁଇଁ ।।


ପଥରେ କରଇ ସୁଚିର କାମ ଯେ ମୋ ଓଡ଼ିଆ ଜାତିର ଶିଳ୍ପୀ 

ବିଶୁ ମହାରଣା ତା ପୁଅ ଧରମା ଅତୁଳନୀୟ ଏ କିରତୀ

ରୂପାରେ କରଇ ସୁକ୍ଷ୍ମ ତାରକସି କାରୁକାର୍ଯ୍ୟ ଯାର ଅଦ୍ଭୁତ

ମରତେ ଭାରତେ ଉତ୍କଳ ଗୌରବ ଶିରୀ ତ ଜଗତ ବିଖ୍ୟାତ ।।


ଅନେକ ସ୍ମୃତି ର ସଉଧ ମାଳିନୀ ନଭଶ୍ଚୁମ୍ଵି ଯାର ଗୌରବ

ଧରିତ୍ରୀ ବକ୍ଷରେ ସୁନ୍ଦର ଉତ୍କଳ ଯେହ୍ନେ ସରସୀ ରେ ରାଜୀବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics