STORYMIRROR

Prafulla Chandra Mishra

Classics Inspirational Children

4  

Prafulla Chandra Mishra

Classics Inspirational Children

ଅମୃତମୟ ଉତ୍କଳ (୧୪)

ଅମୃତମୟ ଉତ୍କଳ (୧୪)

1 min
239


ଉତ୍କଳେ ସୁନ୍ଦରଗଡ଼ ସୁନ୍ଦରତା    ଫୁଟିଅଛି ଫୁଲ ପରି

ପାହାଡ଼ ପର୍ବତ ଘେରା ବନାନୀ ୟେ  ଫୁଲ ନୁହେଁ ଅପସରୀ ।।


ଖଣ୍ଡାଧାର ଜଳ ପ୍ରପାତ ସୁନ୍ଦର   ମାଙ୍କଡନଚା ଶଇଳ

ଶୀତକାଳେ ଗୀତେ ନୃତ୍ୟରତେ ନରେ  କରନ୍ତି ନିତ୍ୟ ବିହାର ।।


ତହୁଁ ଆସି ଦେଖେ ଏକଇ ପର୍ବତ   ବିଜୟ ଚନ୍ଦ୍ର ଶେଖର 

ସେ ଶଇଳ ପାଦଦେଶ ନଦୀ ଶଙ୍ଖ   କୋଇଲୀ ମିଶ୍ରଣ ସ୍ଥଳ ।।


ବେଦବ୍ୟାସ ଗିରି ଗୁପତ କେନ୍ଦ୍ରରେ   ସରସ୍ଵତୀ କୁଣ୍ଡ ସ୍ଥିତ

ସରସ୍ଵତୀ ଧାର ନିର ମିଶି ତହୁଁ   ବ୍ରାହ୍ମଣୀ ଯେ ପ୍ରବାହିତ ।।


ତ୍ରିବେଣୀ ସଙ୍ଗମେ ତହୁଁ ଉତପତି   ବ୍ରାହ୍ମଣୀ ପବିତ୍ର ନଦୀ

ଆହା କି ସୁରମ୍ୟ ଅମୃତମୟ    ତା’ର ଚାରୁଚିତ୍ର ଛବି ।।


ଲେଫ୍ରିପଡାର ଅନତି ଦୂରରେ   ଉଷାକୋଠୀ ବିଦ୍ୟମାନ

ଯହିଁ ଶିଳାଲେଖ କହେ ଉତ୍କର୍ଷତା  ଉତ୍କଳ କେତେ ମହାନ ।।


ସରଫଗଡରେ ନାବ ଜଳକେଳୀ   ମନେ ପଡେ କେବେ କେବେ

ନୃତ୍ୟରତା ଆଦିବାସୀ ବାଳା ଗୀତ   ବଇଁଶୀ ର ସୁର ଧାରେ ।। 


ଅମୃତମୟ ଜଟିଆ ପାହାଡ଼    ହାତୀବାରୀ ନୂଆ ଗାଆଁ

ଉତ୍କଳ ର ଶିରୀ ସମ୍ପଦ ଗରଭା   ପୂଣ୍ୟମୟୀ ମୋର ମାଆ ।।(କ୍ରମଶଃ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics