STORYMIRROR

Puspanjali Panda

Fantasy Inspirational

4  

Puspanjali Panda

Fantasy Inspirational

ଅମୃତ ପରବ

ଅମୃତ ପରବ

1 min
303


ଚିର ବନ୍ଦନୀୟା ଅଭିନନ୍ଦନୀୟା

ଭାରତ ଆମରି ମାଆ

ଅମୃତ ପରବ ପାଳୁଅଛୁ ଆଜି

ମୁକ୍ତି ଦିବସ ଯା ନାଆ।।

ସାରା ବିଶ୍ୱରେ ଭିନ୍ନତା ଭିତରେ

ଐକ ପାଇଁ ଚର୍ଚ୍ଚିତ

ହିନ୍ଦୁ ମୁସଲିମ୍ ଶିଖ୍ ଇସାଇ

ଗାଆନ୍ତି ଏକ ସଙ୍ଗୀତ।।

ସାଗର ଯାହାର ଦୁଇ ପଟ ଡେଣା

ହିମାଳୟ ମଥା ପରି

କୁଳୁକୁଳୁ ଗୀତ ସଦା ଗାଉଥାଏ

ଗଙ୍ଗା ନଦୀ ଗୋଦାବରୀ।।

କୋଟିଏ ପ୍ରାଣରେ ବାଜେ ଏକସୁରେ

ମହାନ୍ ଏ ଦେଶ ଭୂଇଁ

କୋଟି ଜନ୍ମର ପୁଣ୍ୟ ଫଳରେ

ଜନ୍ମେ ଭାରତୀୟ ହୋଇ।।

ତିନିଶ ବରଶ ପରାଧୀନତାରୁ

ମୁକ୍ତି ଲଭିଥିଲା ଆଜି

ବିଶ୍ୱଦରବାର ଦେଖିଲା ଅହିଂସା

ପାଲଟାଇ ଦେଲା ବାଜି।।

ସ୍ୱାଧୀନତା ବଳେ ମୁକ୍ତ ଭାବରେ

ଜୀବନ ଜିଉଛେ ଆମେ

ମହାମାନବଙ୍କ ତ୍ୟାଗ ବଳିଦାନ

ଭୁଲି ନ ଯିବାଟି କେବେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy