STORYMIRROR

Pranati Jena

Inspirational

4  

Pranati Jena

Inspirational

ଅମୃତ ଚେତନା

ଅମୃତ ଚେତନା

1 min
251

ଭାବନା, ଚେତନା, କର୍ମ, ଆରାଧନା

ଆରାଧ୍ୟ ହୃଦୟେଶ୍ୱର,

ନିଷ୍କାମ ଭାବର ଗହନ ପାଠଟା

କିଏ ବା ଜାଣେ ଇଶ୍ୱର l


ମୁଁ, ମୋର ଅଂହ ତ ଗୋଡ଼ାଇ ଖାଉଛି

କାହୁଁ ଏ ଭାବ ପାଇବି,

ତୁମକୁ ମାଗିବା ତତ୍ତ୍ୱକୁ ବୁଝିବି 

ବୁଦ୍ଧିତ ଭ୍ରଷ୍ଟ ହୋଇଛି l


ଏତେ ଭାବ କାହୁଁ ତୁମ ବିନା ମିଳେ

ସଂସାର ମାୟା ମୋହରେ,

ଜୀବ ପଥ ହୁଡେ ତୁମେ ନ ଚାହିଁଲେ

ତାରିବ କେ ଆପଣାରେ l


ଥରେ କୃପାନେତ୍ରେ ଐଶ୍ଵର୍ଯ୍ୟରେ ଭରେ

ଜୀବନ କାନନ ପରେ,

ଚାହିଁବା ସହଜ ପାଇବା ପଥରେ

କୃପାଝରା ଆଶିଷରେ l


ଅନ୍ତର ଅନ୍ଧାର ନୁହେଁ ସେ ସୁନ୍ଦର

କାମନାର କମକୁଟ,

ଅୟୁତେ ଆୟୁଷ ଇଚ୍ଛାରେ ତୁମର

 ଅଭାବୀ ନ ପାଏ ଭେଟ l


ଧନ, ମାନ, ମନ ସବୁ ତୁମ କୃପା

ମୁଁ, ବୋଲି ଭାବିବି କାହିଁ,

ଅର୍ଥ, ମାନ, ଯଶ ମିଛ, ମରୀଚିକା 

 ନିଅ ପ୍ରଭୁ ଆପଣାଇ l


ତୁମେ ଉପାସନା ତୁମେ ଆରାଧନା

ତୁମେ ମୋ ପ୍ରାଣର ପ୍ରାଣ,

ମିଛ ଦୁନିଆରେ ସତ ତୁମେ ସିନା

ଆଉ ସବୁ ଅକାରଣ l


ହୃଦୟର ପଥ କର କୁସୁମିତ

କୈବଲ୍ୟ କଣିକା ହୋଇ,

ଧିରେ ଅନୁସରି ଭାବ ପଥ ବାରି

କରୁଣା କର ଗୋସାଇଁ l


ଅସାର ସଂସାର ଦି ଦିନ କୁଣିଆ

ଘାଟ, ଘଟ ତୁମେ ହୋଇ,

ନ ଚାହିଁଲେ ସତ ମିଳେନି ଭାବନା 

ସମର୍ପଣେ ନିଅ ସାଇଁ l



Rate this content
Log in

Similar oriya poem from Inspirational