Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

4  

Pranati Jena

Inspirational Others

ଅମୃତ ବିଭବ ତୁରେ

ଅମୃତ ବିଭବ ତୁରେ

1 min
316



କେବେ ମାଗିନାହିଁ ଜୀବନରେ କିଛି

ଦେଇଛ ଯାହା ମୋ ମହା ପ୍ରସାଦ,

ସାଦରେ, ଆଦରେ ସାଉଁଟି ରଖିଛି

କୈବଲ୍ୟ ନାଥ ହେ ନାହିଁ ବିଷାଦ l


ଜୀବନରେ ପ୍ରଭୁ ଜାଣିଛି ଏତିକି

 ଯାହା ତୁମ ଇଚ୍ଛା ହୁଅଇ ପୂର୍ଣ୍ଣ,

ସମର୍ପିତ ହୃଦ ଦେଇଛି ସମର୍ପି

ସବୁ ତୁମେ ମୋର ମୁଁ ଅଂକିଞ୍ଚନ l


ତୁମେ ଭାବ ଭବ୍ୟ ହୃଦୟ ବିଭବ

 ତୁମ ପରିବାର ତୁମେ ସ୍ବର୍ବସ୍ୱ,

ଚିନ୍ତା, ଚେତନାରେ ମୋର ବାସୁଦେବ

ଗଢ଼ା କଲ୍ୟାଣରେ ଥାଉ ଆଶିଷ l


କୋଟି ଶ୍ରଦ୍ଧା, ସ୍ନେହ ଧନରେ ମୋହର

ହୃଦୟରେ କୋଟିପତି ତୁ ମୋର,

 ନିରବ ସାଧନା ଶାନ୍ତ ହୃଦୟର

 ଭାବି ବେଳେ, ବେଳେ ଲାଗେ ଅଧିର l


ଛୁଆବେଳୁ ତୁହି ରହିଛୁ ସେପରି

ଭାବମଗ୍ନ ଧନ ସଦା ତୁ ହୋଇ,

ଭାଗବତ ପ୍ରାଣା ଧନରେ ମୋହରି

ରଖନ୍ତୁ ହେ ପ୍ରଭୁ ଧ୍ୟାନ ତୋ ପାଇଁ l


ସଂସାର ଖସଡ଼ା ପଥ ବି ଅମଡ଼ା

ତଥାପି ଚାଲିବୁ ସୁକର୍ମ କରି,

କର୍ମ ଆରାଧନା ନ ଥାଏ ଯାତନା

ପ୍ରଭୁ ଥାନ୍ତି ଦିବ୍ୟ ସନ୍ଦେଶ ଧରି l


ବିବେକ କବାଟ ହୃଦୟର ଛାଟ

ଭାଙ୍ଗେନି କିଏ ସେ ଆଘାତ କଲେ,

ପ୍ରତିଫଳ ହୋଇ ଫେରିଯାଏ ସତ

ନିଷ୍କାମ ଭାବନା ହୃଦୟେ ଥିଲେ l


ଶ୍ରଦ୍ଧା ମମତା ଭରା ମନ୍ଦିରଟିଏ

ହୃଦୟ ରାଗର ତୋ ପ୍ରତି ଶବ୍ଦ,

ସ୍ମିତ ହସ ଧାରେ ବହୁ କଥାସିଏ

କେବେ ପାଏନି ସେ ଜ୍ଞାନର ଭେଦ l


ମାଆ ହୋଇ ଆଜି ଭାବୁଛି ଧନରେ --

କୁନି ହୋଇ ମୋର ରହିଛୁ ପାଖେ,

ପ୍ରତି ମୁହୂର୍ତ୍ତର ଅନୁଭବ ଝରେ

ତୋର ଶ୍ରଦ୍ଧାସିକ୍ତ ହୃଦୟ ଆଗେ l


କାଲି ବି ଭାବିନି ଆଜି ବି ଭାବୁନି

ଚିନ୍ତା ଚେତନା ମୋ ସମର୍ପି ସାଥେ,

ବିଶ୍ୱାସେ ଭରସା ଅତୁଟ ରଖିଛି

ତୋ କର୍ମ, ଧର୍ମ ଯେ ପ୍ରଭୁ ଙ୍କ ପଥେ l


ସାଧୁତାର ସଙ୍ଗ ଦୁର୍ମୁଲ୍ୟ ସଂସାରେ

କୃପାନାଥ ଙ୍କର ଆଶିଷ ଝରେ,

ସେ କରୁଣା ରେଣୁ ଥାଉ ତୋ ମଥାରେ

ଭଲ ମଣିଷ ତୁ ହେବୁ ସଂସାରେ ll



Rate this content
Log in