STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ଅମୃତ ବିଭବ ତୁରେ

ଅମୃତ ବିଭବ ତୁରେ

1 min
307


କେବେ ମାଗିନାହିଁ ଜୀବନରେ କିଛି

ଦେଇଛ ଯାହା ମୋ ମହା ପ୍ରସାଦ,

ସାଦରେ, ଆଦରେ ସାଉଁଟି ରଖିଛି

କୈବଲ୍ୟ ନାଥ ହେ ନାହିଁ ବିଷାଦ l


ଜୀବନରେ ପ୍ରଭୁ ଜାଣିଛି ଏତିକି

 ଯାହା ତୁମ ଇଚ୍ଛା ହୁଅଇ ପୂର୍ଣ୍ଣ,

ସମର୍ପିତ ହୃଦ ଦେଇଛି ସମର୍ପି

ସବୁ ତୁମେ ମୋର ମୁଁ ଅଂକିଞ୍ଚନ l


ତୁମେ ଭାବ ଭବ୍ୟ ହୃଦୟ ବିଭବ

 ତୁମ ପରିବାର ତୁମେ ସ୍ବର୍ବସ୍ୱ,

ଚିନ୍ତା, ଚେତନାରେ ମୋର ବାସୁଦେବ

ଗଢ଼ା କଲ୍ୟାଣରେ ଥାଉ ଆଶିଷ l


କୋଟି ଶ୍ରଦ୍ଧା, ସ୍ନେହ ଧନରେ ମୋହର

ହୃଦୟରେ କୋଟିପତି ତୁ ମୋର,

 ନିରବ ସାଧନା ଶାନ୍ତ ହୃଦୟର

 ଭାବି ବେଳେ, ବେଳେ ଲାଗେ ଅଧିର l


ଛୁଆବେଳୁ ତୁହି ରହିଛୁ ସେପରି

ଭାବମଗ୍ନ ଧନ ସଦା ତୁ ହୋଇ,

ଭାଗବତ ପ୍ରାଣା ଧନରେ ମୋହରି

ରଖନ୍ତୁ ହେ ପ୍ରଭୁ ଧ୍ୟାନ ତୋ ପାଇଁ l


ସଂସାର ଖସଡ଼ା ପଥ ବି ଅମଡ଼ା

ତଥାପି ଚାଲିବୁ ସୁକର୍ମ କରି,

କର୍ମ ଆରାଧନା ନ ଥାଏ ଯାତନା

ପ୍ରଭୁ ଥାନ୍ତି ଦିବ୍ୟ ସନ୍ଦେଶ ଧରି l


ବିବେକ କବାଟ ହୃଦୟର ଛାଟ

ଭାଙ୍ଗେନି କିଏ ସେ ଆଘାତ କଲେ,

ପ୍ରତିଫଳ ହୋଇ ଫେରିଯାଏ ସତ

ନିଷ୍କାମ ଭାବନା ହୃଦୟେ ଥିଲେ l


ଶ୍ରଦ୍ଧା ମମତା ଭରା ମନ୍ଦିରଟିଏ

ହୃଦୟ ରାଗର ତୋ ପ୍ରତି ଶବ୍ଦ,

ସ୍ମିତ ହସ ଧାରେ ବହୁ କଥାସିଏ

କେବେ ପାଏନି ସେ ଜ୍ଞାନର ଭେଦ l


ମାଆ ହୋଇ ଆଜି ଭାବୁଛି ଧନରେ --

କୁନି ହୋଇ ମୋର ରହିଛୁ ପାଖେ,

ପ୍ରତି ମୁହୂର୍ତ୍ତର ଅନୁଭବ ଝରେ

ତୋର ଶ୍ରଦ୍ଧାସିକ୍ତ ହୃଦୟ ଆଗେ l


କାଲି ବି ଭାବିନି ଆଜି ବି ଭାବୁନି

ଚିନ୍ତା ଚେତନା ମୋ ସମର୍ପି ସାଥେ,

ବିଶ୍ୱାସେ ଭରସା ଅତୁଟ ରଖିଛି

ତୋ କର୍ମ, ଧର୍ମ ଯେ ପ୍ରଭୁ ଙ୍କ ପଥେ l


ସାଧୁତାର ସଙ୍ଗ ଦୁର୍ମୁଲ୍ୟ ସଂସାରେ

କୃପାନାଥ ଙ୍କର ଆଶିଷ ଝରେ,

ସେ କରୁଣା ରେଣୁ ଥାଉ ତୋ ମଥାରେ

ଭଲ ମଣିଷ ତୁ ହେବୁ ସଂସାରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational