Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Golak Bihari Sahoo

Inspirational

3  

Golak Bihari Sahoo

Inspirational

ଅମର ରାଷ୍ଟ୍ର

ଅମର ରାଷ୍ଟ୍ର

1 min
140









ଭାରତ ବର୍ଷର ଗାଥା  ହିମାଳୟ ତାର ମଥା

ହୃଦୟରେ ବହିଅଛି  ଚିରସ୍ରୋତା ଗଙ୍ଗାମାତା

  ତିନି ଦିଗରେ ତିନୋଟି ମହାସାଗର,

  ବଙ୍ଗୋପାରବ ଭାରତ ନାମ ତାହାର ।


ଦେବଭୂମି ଏହି ମାଟି  ସୁଜଳା ସୁଫଳା ଦାତ୍ରୀ

ମହୀୟାନ ରୁଷୀଙ୍କର   ଗାନ କରେ ଗୁଣ କୀର୍ତ୍ତି

  ଅମୃତ ଲେଖନୀ ସୃଷ୍ଟ ଅମର ବାଣୀ,

  ମାନବ ହିତରେ ବେଦ ମନ୍ତ୍ର କାହାଣୀ ।


ଦୁଷ୍ମନ୍ତଙ୍କର ପୁତ୍ର   ଶକୁନ୍ତଳା ଯାର ମାତ

ଚକ୍ରବର୍ତ୍ତୀ ବୀର ସିଏ  ଯୋଗ୍ୟ ସମ୍ରାଟ ଭରତ

  ତାଙ୍କର ନାମେ ନାମ କରଣ ଏ ଦେଶ,

  ଗର୍ବ ଗଉରବେ ଖ୍ଯାତ ଭାରତ ବର୍ଷ ।


ବିଦେଶୀର ଆକ୍ରମଣ  ସହିଛି କେତେ ଲୁଣ୍ଠନ

କେତେ ଆତଙ୍କ କଷଣ  ନେଇଛି ଶହୀଦ ପ୍ରାଣ

  ତଥାପି ତା ବୀର ପୁତ୍ର ରଖିଛି ମାନ,

  ଫର ଫର ଉଡୁଛି ବିଜୟ କେତନ ।


ବ୍ରିଟିଶ ଶାସନ କାଳେ   ପରାଭବେ ଦେଶ ଜଳେ 

ଦାସତ୍ବ କବଳୁ ମୁକ୍ତି   ଏକଜୁଟ କଲେ ଶକ୍ତି

  ଜନତାକୁ ଦେଶପ୍ରେମେ କଲେ ଦୀକ୍ଷିତ,

   ଭାରତ ମାତାର ବୀର ପୁତ୍ର ଶହୀଦ ।


ପାଣ୍ଡେ, ଖୁଦିରାମ ବୋଷ  ଦେଖାଇ ଦେଲେ ସାହସ

ନେତାଜୀ, ଝାନସୀ ରାଣୀ  ଭଗତ ସିଂ,ମାତଙ୍ଗିନୀ 

   ବାପୁଜୀ, ବାଲାଜୀ, ଲାଲାଜୀ ହେଲେ ମେଳ,

  ସ୍ବାଧୀନତା ସଂଗ୍ରାମେ ବଢାଇଲେ ମନୋବଳ ।


ଶହୀଦଙ୍କ ବଳିଦାନ   ଦେଶକୁ କଲା ସ୍ବାଧୀନ

ରଚି ଶାସନ ସଂହିତା    ଭାରତର ସମ୍ବିଧାନ

   ଘୋଷଣା କରିଲୁ ଏ ଦେଶ ଗଣତନ୍ତ୍ର,

   ଜନତା ହିତରେ ଗଢି ଶାସନ ତନ୍ତ୍ର ।


ଏକଛତ୍ର ରାଜତନ୍ତ୍ର    ଦେଶ ପାଇଁ ନୁହେଁ ହିତ

ଦେଶର ଭାଗ୍ୟ ଡୋରି    ଜନତା ତ୍ରିରଙ୍ଗା ଧରି

   ସ୍ମରଣ କରୁଛି ସେ ପବିତ୍ର ଦିବସ, 

   ଉଣେଶ ପଚାଶ ଜାନୁଆରୀ ଛବିଶ ।


ଦେଶର ଜନତା ବଳ   ଚଳାଇ ଶାସନ କଳ 

ଦେଶକୁ ଅଗ୍ରୀମ ମଣି   ଶାନ୍ତି ଓ ସମୃଦ୍ଧି ଆଣି

   ନାଶିବେ ଜନତା ଦୁଃଖ ଦାରିଦ୍ର୍ୟ କ୍ଳେଶ,

   ବିଶ୍ବରେ ହୋଇବ ଶ୍ରେଷ୍ଠ ଭାରତ ବର୍ଷ ।


ମଣିଷର ସ୍ବାର୍ଥ ଲୋଭ   ଗ୍ରାସି ନେଲା ପ୍ରେମ ଭାବ

ସ୍ବଦେଶ ମାଟିର ନେତା   ସ୍ବାର୍ଥେ ଲୁଟିଲେ ଜନତା

   ଆପଣେଇ ନେଲେ ଦୁର୍ନୀତି ଭ୍ରଷ୍ଟାଚାର,

   ଦେଶ ଜନତାର କରିଲେ ଅବିଚାର  ।


ଆହେ ଦେଶବାସୀ ହେଜ ସ୍ବାର୍ଥ ଲୋଭ ଚିନ୍ତା ତ୍ଯଜ

ଜନତା ସେବାକୁ ଧ୍ଯାୟୀ   ଦେଶ ହିତେ ପ୍ରାଣ ଦେଇ

   ନଶ୍ବର ପ୍ରାଣକୁ ଦେଶ ସେବାରେ ଦେଇ,

   ହୋଇବା ଅମର ଦେଶ ମାତୃକା ପାଇଁ  ।


ତେବେତ ହୋଇବ ରାଷ୍ଟ୍ର   ଅମର ଭାରତ ଶ୍ରେଷ୍ଠ

ତ୍ରିରଙ୍ଗା ଧ୍ବଜା ଉଡିବ   ଧ୍ବଜାର ଗାରିମା ଥିବ

   ଘୋଷି ନିରନ୍ତର ଗଣତନ୍ତ୍ରର ବାର୍ତ୍ତା,

   ଶାନ୍ତି ସ୍ଥାପନେ କୁଟୁମ୍ବ ହେବ ବସୁଧା ।

          


Rate this content
Log in

Similar oriya poem from Inspirational