STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଅମର ଆତ୍ମା

ଅମର ଆତ୍ମା

1 min
199

ଯିଏ ଜନମିଛି ଏ ମହୀ ମଣ୍ଡଳେ

ଦିନେ ନା ଦିନେ ସେ ମରିବ

ଦୁନିଆ ତ ବାବୁ ମରଣଶୀଳରେ

ମୃତ୍ୟୁକୁ କେ ଜିତି ପାରିବ


ଦୁଇଦିନ ଅଟେ ମଣିଷ ଜନମ

ଅଦିନେ ଅକାଳେ ହୁଏ ମରଣ

ଦେଶ ଜାତି ପାଇଁ କାମ କରିଗଲେ

ସଫଳ ହୋଇବ ତୁମ ଜୀବନ


ରକ୍ତ ମାଂସ ଦେହ ସିନା ସରିଯିବ

ଆଦର୍ଶ ତୁମର କିଏ ଭୁଲିବ

ଇତିହାସେ ହେବ ତୁମ ଗାଥା ଲେଖା

ଅମରଆତ୍ମା ଯେ ତୁମେ ହୋଇବ


ଦେଶପ୍ରୀତି ଅଟେ ଜୀବନର ପ୍ରାଣ

ଜିଇଁବା ମରିବା ତାହାରି ପାଇଁ

ତେବେ ସିନା ମାଆ ଭାରତୀ କହିବ

ଧନ୍ୟ ହେଲି ତୋତେ କୋଳରେ ଧରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract