ଅମୀମାଂସିତ
ଅମୀମାଂସିତ
ଉଜୁଡି ଯିବାଭୟ ରେ
ବାରମ୍ବାର ସଜାଡ଼ିବାକୁ ଚେଷ୍ଟା କରୁଥିବା ସଂସାରରେ
ତାର ସମସ୍ତ ଆଶା, ସ୍ୱପ୍ନ, ଖୁସିକୁ ସେ ସମାଧି ଦେଇଦିଏ |
ସମଗ୍ର ଜୀବନଟା ତାର ସମର୍ପିତ କା' ପାଇଁ ନା କା' ପାଇଁ
ପ୍ରତିକଥାରେ ତା'ର ଅନୁମତି ଦରକାର ପଡେ କାହାର ନା କାହାର |
ନିଜେ ଛନ୍ଦି ହୋଇପଡିଥିବା ପ୍ରଶ୍ନର ଉତ୍ତର ବି ତା ପାଖରେ ନଥାଏ |
ଦ୍ଵନ୍ଦ ର ପରିଧି ଭିତରୁ ସେ ଚାହିଁ ବି ବାହାରି ପାରେନି
ସବୁ "ଭାଗ୍ୟ" କହି ଛାଡିଦିଏ |
ଅର୍ଜୁନ ତ ଗାଣ୍ଡୀବ ଛାଡିବା ବେଳେ ଶ୍ରୀକୃଷ୍ଣ ଗୀତା ସାରମର୍ମ ବୁଝାଇଥିଲେ |
ହେଲେ ଏଠି ସଂସାରର ସାରମର୍ମ କାହାକୁ ବୁଝାଇବ କିଏ |
