Jayashree Maharana

Romance


3  

Jayashree Maharana

Romance


ଅମାନିଆ ସୁଅ ଧାରେ

ଅମାନିଆ ସୁଅ ଧାରେ

1 min 4 1 min 4

ଦେହକୁ ପାଖଳି ପ୍ରିୟା ଫେରିଅଛି

ତା'ର ଗାଆଁ ତୁଠ ପରେ

ହଳଦୀରେ ଭିଜା ଜଳ ଭାସିଆସେ

ଅମାନିଆ ସୁଅ ଧାରେ ।


ମୋ' ଗାଆଁ ତୁଠରେ ଛୁଇଁଯାଏ ମୋତେ

ଭିଜିଯାଏ ପୀରତିରେ

କେବେ ସେ ଆସିବ ସାଜି ବଧୂ ମୋର

ହଜିଯାଏ ଭାବନାରେ ।


ଜାଗାଟିଏ ସିଏ ତୋଳିଛି ହୃଦୟେ

ଚୋରା ଚୋରା ଚାହାଣୀରେ

ବିତୁଅଛି ମୋର ଦିବସ ରଜନୀ

ମଧୁ ସ୍ପର୍ଶ ବିରହରେ ।


ହଳଦୀ ତଇଳ ଅତର ମେହେନ୍ଦୀ

ରଖିଅଛି ସେନେହରେ

ଗୋରା ଅଙ୍ଗେ ଲେପି ହେଉଥିବ ସଜ

ନିତି ପ୍ରୀତି ସକାଳରେ ।



Rate this content
Log in

More oriya poem from Jayashree Maharana

Similar oriya poem from Romance