STORYMIRROR

pranati Mahapatra

Romance

2  

pranati Mahapatra

Romance

ଅମାନିଆ ପ୍ରେମତୀର

ଅମାନିଆ ପ୍ରେମତୀର

1 min
167

ଜୀବନର କେଉଁ ଏକ ଅଙ୍କାବଙ୍କା ରାସ୍ତାରେ

ଅଚାନକ ଭେଟ ହେଲା ତଡିତପ୍ରଭା ପରି,

ବାଟଭାଙ୍ଗି ଚାଲିଯିବାର ଯୁ ନା ଥିଲା ତୋର

ନା ବାହାନା କରିବାର ଥିଲା ମୋର ଆଉ କାହା ପରି

ଆଖି ଆଖି ମିଶିଗଲା ପ୍ରେମଶର ବାଜିଗଲା

ଆମ ଦୁହିଁଙ୍କର ନରମ ପ୍ରେମ ହୃଦୟରେ,

ଦିନଟିଏ ଦୂରେ ଥାଉ କ୍ଷଣଟିଏ ନ ଦେଖିଲେ

ଲାଗୁଥିଲା ଚତୁର୍ଦ୍ଦିଗ ଅନ୍ଧକାର ଏମନଟା

ଝୁରୁଥିଲା କୁହୁଳି କୁହୁଳି ଅନ୍ତରେ ଅନ୍ତରେ

ଦେଖା ନ ହେଲେ ଲାଗୁଥିଲା ଯୁଗପରି

କଥା ଅନେକ ଅନେକ ହୋଇ ଯାଉଥିଲା ସାଇତା,

ଦେଖା ହେଲେ ନିଆଁରେ ପାଣି ପଡିଯିବା ପରି

ମନହୁଏ ଖୁସି ଓଠରୁ ନ ସ୍ଫୁରେ କେବେ କଥା

କିସୁନ୍ଦର ଚାଲି ଆଉ ମନ ମୋହନିଆ ଚାହାଣୀ ତୁମର

ହୃଦୟରେ ମାରୁଥିଲ ପାନପତରେ ଅମାନିଆ ପ୍ରେମତୀର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance