STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ଅମାବାସ୍ୟାର ଚନ୍ଦ୍ର

ଅମାବାସ୍ୟାର ଚନ୍ଦ୍ର

1 min
339


ଯେବେ ଆଲୁଅ ଖେଳେ ଲୁଚକାଳି

ଅନ୍ଧାର ପାଲଟେ ଗଳାମାଳି

ବାରେ ଅନ୍ଧାରକୁ କୋଳାଗ୍ରତ କରି

ଶୁଦ୍ଧାନ୍ତକରଣରେ ନେଲେ ଆଦରି

ଅମାବାସ୍ୟା ବି ଲାଗଇ ପୂର୍ଣ୍ଣିମା ପରି!! 


ସଭିଙ୍କ ଭାଗ୍ୟାକାଶେ ଯେ ଉଇଁବ

ଚାନ୍ଦ ବହଳ ଅନ୍ଧକାର ବକ୍ଷ ଚିରି

ତାହାର ନିର୍ଦ୍ଦିଷ୍ଟତା ନିୟତି ବି ନଜାଣଇ

ଅନ୍ଧାର ସହିତ ଜୀଇଁବାରେ ହିଁ ବୁଦ୍ଧିମତ୍ତା

ଆଲୁଅର ବୃଥା ଅପେକ୍ଷା ନ କରି!! 


ଆଲୁଅ ଅନ୍ଧାର ଜୀବନ ନଦୀର

ଦୁଇ ବିପରୀତ ସମାନ୍ତରାଳ ଧାରା

ଏକ ବିନା ଆରଟି ଲାଗେ ଅଧୁରା

ବିଧି ଯେ ରଚିଛି କୃଷ୍ଣ ଶୁକ୍ଳପକ୍ଷ

ଯହିଁ ହେତୁ ହସେ ଏଇ ଧରା!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational