ଅମାବାସ୍ୟା
ଅମାବାସ୍ୟା
ପୃଥିବୀର ଚଉପାଶେ ଜହ୍ନମାମୁଁ ଘୂରୁଛି
ସୂରୁଯ ଆଲୁଅ ଆଣି ଯୋଛନା ସେ ଢାଳୁଛି ।
ପୂର୍ଣ୍ଣିମାରେ ତୋଫା ଜହ୍ନ ଅମାବାସ୍ୟା ଅନ୍ଧାର
ଆଲୁଅଠୁ ଅନ୍ଧକାର ଲାଗେ ବେଶି ସୁନ୍ଦର ।
ଅମାବାସ୍ୟା ଉଆଁସରେ ପାଳୁ କେତେ ପରବ
ପରବ ତ କାଳେକାଳେ ଓଡ଼ିଆଙ୍କ ଗରବ ।
ସାବିତ୍ରୀ ବ୍ରତ ଠାରୁ ଶିବରାତ୍ରୀ ଯାଏରେ
ଦୀପାବଳୀ ପର୍ବ ପାଳୁ ଏ ଉଆଁସ ରାତ୍ରିରେ ।
କିଏ କହେ ଅମାବାସ୍ୟା ନୁହେଁ ଜମା ଭଲରେ
ଅମାବାସ୍ୟା ବଖାଣଇ ଆଲୁଅର ମୂଲରେ ।
ଅନ୍ଧାର ପଛକୁ ଆସେ ଆଲୁଅ ତ ଯେପରି
ଦୁଃଖ ପରେ ଆସିଥାଏ ସୁଖ ପରା ସେପରି ।
ସେଥିପାଇଁ ଦୁଃଖରେ ତ ହେବାନାହିଁ ଅଧୀର
ଦୁଃଖ ପରେ ସୁଖ କରେ ଜୀବନକୁ ସୁନ୍ଦର ।
