STORYMIRROR

Puspanjali Panda

Abstract

3  

Puspanjali Panda

Abstract

ଅମାବାସ୍ୟା

ଅମାବାସ୍ୟା

1 min
219

ଅନ୍ଧାରି ଅମାବାସ୍ୟା।

କଳା କିଟିକିଟି ଅନ୍ଧାରରେ ବି

ମୋ ବିଶ୍ୱାସ କହୁଛି

ତମେ ଏଇଠି କୋଉଠି ଅଛ।

ମତେ ତିଆରିଛ ।

ଭୁଲ୍ ଠିକ୍ ନିଶ୍ଚୟ ଦେଖୁଛ।

ମୋ ନିଶ୍ୱାସ ବିଶ୍ୱାସ ଜଣାଉଛି

ତୁମେ ନିଶ୍ଚୟ ଉପସ୍ଥିତ ଅଛ।

ମୋ ଆଖିରୁ ଗଡୁଥିବା ଲୁହରେ,

ହୃଦୟରେ ଟିକ୍ ଟିକ୍ ହେଉଥିବା 

ପ୍ରତି ସ୍ପନ୍ଦନରେ,

ପ୍ରେମର ପ୍ରତି ମୁହୂର୍ତ୍ତରେ,

ନିଷ୍ଠାର ନିଷ୍ପତ୍ତିରେ,

ତୁମେ ଥିବାର ପ୍ରମାଣ ବେଶ୍ ଦେଉଛ।।

ମୁଁ ତ ଭାବିପାରେନା ତୁମ ବିନା

ମୁଁ ଅଛି କି ନା...!

ଅନ୍ଧାର ଅମାବାସ୍ୟାରେ

ମୋ ସ୍ୱପ୍ନରେ ନିତି ଆସୁଛ।

ଗମ୍ ଗମ୍ ଗ୍ରୀଷମରେ,ବର୍ଷା ଭିଜା ଶ୍ରାବଣରେ

ଥୁରୁଥୁରୁ ଶୀତରେ

କୋଇଲିଆ ବସନ୍ତରେ

ତମେ ପୁରା ମିଶିଯାଉଛ...!!

କେମିତି କହିବି ମୁଁ କଳା ବୋଲି ଅମାବାସ୍ୟା ପରି

ତମେ ମତେ

 ମତେ ଭୂଲି ଯାଇଛ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract