STORYMIRROR

Er.Sasanka Sekhar Panda

Abstract

2  

Er.Sasanka Sekhar Panda

Abstract

ଅଲୋଡ଼ା

ଅଲୋଡ଼ା

1 min
255

ଦୁନିଆ ଦାଣ୍ଡରେ ଏକାକୀ ଚାଲୁଛି

ସମ୍ପର୍କର ଭିଡ଼ ଠେଲି

ସପନ ଦରିଆ ପହଁରି ଚାଲୁଛି

ପର ଆପଣାକୁ ଭୁଲି,

ଜୀବନ ସାରଣୀ ଲୁଚି ଲୁଚି ଯାଏ

ବହଳ ଅନ୍ଧାର କୋଳେ

ଲେଉଟା ସପନ ଆଉଟା ହୃଦୟେ

ସ୍ମୃତିର ଆହୂତି ଜାଳେ,

ତୁଠ ଶିଳା ସାଜି ଅଲୋଡ଼ା ଘାଟରେ

ଅଭିମାନେ ପଡ଼େ ଶୋଇ

ବିଶ୍ୱାସର ବନ୍ଧ ଭୁଶୁଡ଼ିବା ପରେ

ଲୁହର ଯମୁନା ନଈ,

କୁହୁଳା ଛାତିରେ ଲାଗିଗଲେ ନିଆଁ

କିଏବା ପାରଇ ଛୁଇଁ

ମନ ଆଇନାଟା ଭାଙ୍ଗିଗଲେ ଥରେ

ଅଲୋଡ଼ା ସଭିଙ୍କ ପାଇଁ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract