STORYMIRROR

Ajaya kumar Jena

Abstract

2  

Ajaya kumar Jena

Abstract

ଅଲୋଡ଼ା ସର୍ତ୍ତ

ଅଲୋଡ଼ା ସର୍ତ୍ତ

1 min
31

ସ୍ୱାର୍ଥପାଇଁ ଏଠି ଅନେକ ଲୋକ

ରଖନ୍ତି ଗୋଛାଏ ସର୍ତ୍ତ

ବିବେକି ଲୋକର ସ୍ୱାର୍ଥରେ

ଲୁଚିଥାଏ ଅଲୋଡ଼ା ସର୍ତ୍ତ।


କେହି କେହି ଦୁଃଖର ପାହାଡ଼କୁ ଛାତିରେ ଧରି

ପୂରଣ କରନ୍ତି ରଖିଥିବା ସର୍ତ୍ତ

ଟିକେ ବିଶ୍ୱସ୍ତ ହେବାର ଲାଳସାରେ!

ଅନେକ ତ' ଏଠି ସର୍ତ୍ତରୁ ଓହରି

ସମାଜ ଆଖିରେ ହୁଅନ୍ତି ଅପମାନିତ

ପ୍ରଚ୍ଛଦପଟରେ ପୁଣି ବାରବାର ନିନ୍ଦିତ।


ବିବାହର ନିକଟ ଅତୀତରୁ

ପ୍ରେମିକାର ଗୋଟିଏ ସର୍ତ୍ତରେ

ପ୍ରେମିକ ଘରେ ଧୂଳିଝଡ଼ ଉଠି

ଗୋଟାପଣେ ଠିଆହୁଏ ଧଉଳି ଦୁଃଖ!

କିନ୍ତୁ କେବେ ଦେଖିଛକି?

ଦୁଇ ନିଷ୍ପେସି ଓଠ ଧାରେ

ଗଡିଥିବା କେଇବୁନ୍ଦା ଲୁହଙ୍କର ଅଲୋଡ଼ା ସର୍ତ୍ତ।


ପେଟପାଇଁ ସର୍ତ୍ତ ରଖି

ସେମାନେ ଦେଖାନ୍ତି ଅର୍ଦ୍ଧନଗ୍ନ ଶରୀର,

କେବେ ରଙ୍ଗୀନ ରଙ୍ଗମଞ୍ଚରେ ତ'

ଆଉ କେବେ ଅଲାଜୁକ କ୍ୟାମେରା ସାମ୍ନାରେ,

ହଁ, କେହି କେହି ବି ଖୁବ୍ ଗାଆନ୍ତି

ସମାଲୋଚିତ ନିଷିଦ୍ଧ ଗୀତ

ରଖିବାକୁ ଜୀବନର ଅଲୋଡ଼ା ସର୍ତ୍ତ।


ସର୍ତ୍ତରେ ଗଢିହୁଏନା ସମ୍ପର୍କର ଅବିଛିନ୍ନ ପର୍ବତମାଳା,

ସର୍ତ୍ତରେ ବି ତିଆରି ହୁଏନା

ପ୍ରୀତିପୂର୍ଣ୍ଣ ପ୍ରେମର ସୌଧ,

ସର୍ତ୍ତରେ ତ' ଭାଙ୍ଗିଯାଏ ଆଶ୍ୱାସନାର ମଞ୍ଚ,

ବୁଡିଯାଏ ଉତ୍ତୁଙ୍ଗ ହିମାଳୟର ବିଶ୍ୱାସ।


ସେଥିପାଇଁ ତ',

ମାନବିକତାର ହୃଦୟରେ ନିରନ୍ତର ବହୁଥାଏ

ଅଲୋଡ଼ା ସର୍ତ୍ତର ଉଛୁଳା ସ୍ରୋତ

ଅହରହ ନିରପେକ୍ଷ ଭାବନାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract