STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଅଲୋଡ଼ା ରତ୍ନ

ଅଲୋଡ଼ା ରତ୍ନ

1 min
347

ମମତା ତ ହେଲାଣି ମହଙ୍ଗା

ସ୍ନେହ ଆଉ ସରାଗର ମରୁଡ଼ି ପୁଣି

ଭସ୍ମ କରିଦେଲାଣି

ସରାଗପରି ଧରାକୁ ଅଵିଵେକୀ ନରକ

ଭଲପାଇବା ତ ଖାଲି

ଦେହ ସୁଖରେ ସୀମିତ

ମନର ସୁଖକୁ କିଏ ପଚାରେ

ନିରୀହ ପ୍ରାଣକୁ

ଖତଗଦାରେ ଫିଙ୍ଗି ଦେଇ

ପଶୁ ଚେହେରା ନେଇ କରୁଛ

ଦେହ ବ୍ୟବସାୟ

ନିର୍ଲଜତୁମେ

ଅମଣିଷ ଆଉ ମଣିଷରାକ୍ଷସ ବି

ଝିଅଟିଏ ପରା ଦୀପଟିଏ

ନିଜେ ଜାଳି ଦେଖାଏ ଆଲୋକ

ଅନ୍ଧମୟ ଦୁନିଆରେ

ମାଆ ହୋଇ ଶିଖାଏ

ଆଦର୍ଶ ମଣିଷ ହେବାର

ନ୍ୟାୟର ପଥ

ଭଉଣୀ ହୋଇ ଶୁଭ ମନାସେ

ଭାଇର ଉଜ୍ୱଳ ଭବିଷ୍ୟତ ଆଉ ସଫଳ ଜୀବନ

ହେଲେ ସିଏ ତ ହେଲାଣି

ଆଜି ଅଲୋଡ଼ା ରତ୍ନ

ଅନ୍ଧ ଦୁନିଆ ବୁଝି କି ପାରୁଛି?

ଝିଅଟିଏ

ଦୀପଟିଏ ବୋଲି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract