STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଅଲୋଡ଼ା ପ୍ରେମ

ଅଲୋଡ଼ା ପ୍ରେମ

1 min
3.2K

ଅଦିନ ଝଡର ସାଥୀ ହୋଇ

ଛାଇ ହୋଇଥିଲି

ଦୁର୍ଦ୍ଦିନରେ ଠିଆହୋଇ ଗଛଟିଏ ହୋଇ

ଖରା ଓ କାକର ସହି

କଳାମେଘକୁ ଖାତିର ନକରି

ରଖିଥିଲି ସୁଖରେ ଶୁଖାକରି

ଭିଜି ଭିଜି ଓଦା ଛତାଟିଏ ହୋଇ


ଭୁଲିଳି ନିଜ ଠିକଣା

ହେଲି ବାସହୀନ

ଦେବାପାଇଁ ତୁମକୁ ତୁମ ସ୍ବପ୍ନର ପରିଚୟ

କାଟିଦେଲି ମୋ ଉଡ଼ନ୍ତା ଡେଣା


ଅସମୟେ ହେଲି ଅଲୋଡ଼ା

ଆଉ ଫାଲତୁ ଫକୀର

ଅଖୋଜା ଅଭାବୀ ପ୍ରେମିକ

ପୁଣି

ଅଲୋଡ଼ା ପ୍ରେମର ପଥିକ

ଚୂନହେଲା ସବୁ ମିଠା ସପନ

ଭାଙ୍ଗିଲା ମନ

ଦଦରା ହୃଦୟ ହେଲା ମାଟିରେ ଲୀନ

ଗଢିବାକୁ ଯାଇ

ନୂଆ ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract