STORYMIRROR

Gangotri Priyadarshini

Abstract Classics Fantasy

3  

Gangotri Priyadarshini

Abstract Classics Fantasy

ଅଲୋଡା ପ୍ରତିଶ୍ରୁତି

ଅଲୋଡା ପ୍ରତିଶ୍ରୁତି

1 min
226


ପ୍ରତିଶ୍ରୁତି ମାଗିବନି 

ମାେ ବିଶ୍ୱାସ ,ମାେ ହୃଦୟ ଚିରି ଦେଖେଇବାକୁ ମୋର ଯୁ କାଇଁ

ପାରିବ ତ ମୋ ଆଖିରୁ ପଢ଼ି ନେବ

ଶେଷ ନିଃଶ୍ୱାସ ଯାଏ ତୁମକୁ ମାେ ତନ୍ତ୍ରିରେ ଅନୁଭବ କରିବି ।।


ପ୍ରତିଶ୍ରୁତି ବି କମ୍ ପଡି ଯିବ

ତୁମ ପାଇଁ ସଂଚିଥିବା ପ୍ରେମ ପାଖେ

କେମିତି କହିବି 

ଆଖି ଦୁଇ ବନ୍ଦ ଥାଇ ବି

ପ୍ରତି ରାତି ମୁଁ ତୁମକୁ ହିଁ ଦେଖେ !!


ପ୍ରତିଶ୍ରୁତି ମାଗିବନି

ଏଇ ଜନ୍ମ ରେ ତୁମର ହେଇ ରହିବା ପାଇଁ

ଏମିତି ଶତ ସହସ୍ର ଜନ୍ମ

ମୁଁ ତୁମ ପରି ସାଥି ପାଇଁ ଜଳାଞ୍ଜଳି

ଦେବା ପାଇଁ କେବେଠୁ ପ୍ରସ୍ତୁତ !!


ପ୍ରତିଶ୍ରୁତି କଣ ସାନ୍ତ୍ଵନା ଦେବ

ଏଇ ଆମ ଅସମ୍ଭବ ପ୍ରେମ ପାଖେ

ନିରବତା ଦେଖୁନ କେମିତି

ରହି ରହି ଆମକୁ ଦେଖି ଅଟ୍ଟହାସ୍ୟ କରୁଛି

ସହି ହେଉନି ଏ ଜୀବନ

କେମିତି ଏ ଖେଳ ଖେଳୁଛି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract