STORYMIRROR

Tapaswini DashSarangi

Romance

2  

Tapaswini DashSarangi

Romance

ଅଳସୀ ନଈ

ଅଳସୀ ନଈ

1 min
167

ଅଳସୀ ନଈ ଟେ ହୋଇ 

ବହିଯିବି ତୁମ ଭାବନା ରାଇଜେ

ଆସିବ ଯେବେ ଭାବପ୍ରବଣତା ର ମଳୟ

ଛୁଇଁ ଯିବ ମୋ ନଦୀ ର ଜଳକୁ

ଶିହରଣେ ଶିହରୀତ ହୋଇଯିବ ମୋ ମନ ଆଉ ଦେହ।

ଅଳସୀ ନଈ ଟେ ହୋଇ ବହିଯିବି

ତୁମ ହୃଦୟ କାନନ ମଧ୍ୟ ଦେଇ

ଶୁଷ୍କ ଯେବେ ହୋଇଥିବ କାନନ ଭିତର

ବନ୍ୟା ହୋଇ ଦୂର କରିବି ତାହାର ଶୁଷ୍କତା।

ଅଳସୀ ନଈ ଟେ ହୋଇ ବହିଯିବି

ତୁମ ମନ ମରୁଭୂମି ରେ

ତୃଷାର୍ତ୍ତ ପଥଚାରୀ ହୋଇ ଆସିବ ଯେବେ ମୋହର ପାଶକୁ

ଆଞ୍ଜୁଳାଏ ପାଣି ତୁମ କରିବ ତୁମ ତୃଷ୍ଣା ଦୂରୀଭୂତ।

ଅଳସୀ ନଈ ଟିଏ ବହିଯିବି ମୁଁ

ତୁମେ ଥିବ ସାଗର ର ଢେଉ

ମିଳନ ହେବ ତୁମର ଆଉ ମୋର

ସେହି ମୁହାଣର ବେଳାଭୂମି କୂଳେ

ସାକ୍ଷୀ ଥିବ ଜହ୍ନରାତି ଜୋଛନା ଭରା ଆକାଶ।          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance