STORYMIRROR

Debadatta Jena

Abstract Romance Others

3  

Debadatta Jena

Abstract Romance Others

ଅଳସୀ ନଈ..

ଅଳସୀ ନଈ..

1 min
164


ମୁଁ ମେଘକୁ ମାଗିଛି ବର୍ଷା 


ତୋ ଝର ପାଇଁ, 


ମୁଁ ପାଣିକୁ ମାଗିଛି ତୃଷ୍ନା 


ଟିକେ ଶୋଷ ପାଇଁ, 


ଝର ହୋଇ ଝରୁଥିବ, 


କୁଳୁ କୁଳୁ ବହୁଥିବ 


ତୁ ମୋ ଝରଣା ରାଣୀ..!


ମୁଁ ଜହ୍ନଠୁ ଆଣିଚି ଜ୍ୟୋସ୍ନା 


ତୋ ରୂପ ପାଇଁ.. 


ମୁଁ ଫୁଲକୁ ମାଗିଛି ବାସ୍ନା 


ତୋ ଦେହ ପାଇଁ, 


ଜହ୍ନ ହୋଇ ହସୁ ଥିବୁ 


ଫୁଲ ପରି ଫୁଟୁ ଥିବୁ 


ତୁ ଗହମ ଗୋରୀ...!


ମୁଁ ରାତିକୁ ମାଗିଚି ନିଦ 


ସେ ସ୍ବପ୍ନ ପାଇଁ..


ମୁଁ ସ୍ମୃତିରୁ ଆଣିବି ଫୁଲ 


ତୋ ମନ ପାଇଁ, 


ସ୍ମୃତି ହୋଇ ଆସୁ ଥିବ 


ମନ ତଳେ ଲୁଚୁ ଥିବ 


ମୋ ଅଳସୀ ନଈ...!




 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract