ଅଳସୀ କନ୍ୟା
ଅଳସୀ କନ୍ୟା
ଷୋହଳ ବୟସୀ ଅନୁଢ଼ା କିଶୋରୀ
ସପନେ ଅଳସୀ କନ୍ୟା
ସର୍ବାଙ୍ଗ ଶରୀରେ ଅପୂର୍ବ ସମ୍ଭାର
ଭାବରେ ପୀରତି ବନ୍ୟା l
ଆଖି କଥା କହେ ଓଠ ଗୀତ ଗାଏ
ସ୍ମିତହାସ୍ୟ ଥାଏ ମୁଖେ
ବୟସ ବସନ୍ତ ଉଛୁଳା ଯୌବନେ
ପଦ୍ମଫୁଲ କିଏ ଦେଖେ l
ମନର ମାନସୀ ହେ ଗଜ ଗାମିନୀ
ଦେହେ ପ୍ରେମ ରଙ୍ଗ ନେସି
ମନ ଫୁଲ ବନେ ମହକ ଛୁଟାଇ
ମନେ ପଡୁଅଛ ବେଶି l
ଅମାନିଆ ମନ ଜମା ବୁଝେନାହିଁ
ଭାବନା ସ୍ରୋତରେ ବୁଡ଼ି
ସପନର ଢେଉ ହୃଦେ ଉଙ୍କି ମାରେ
ତୁମ ପ୍ରେମ ଫାଶେ ପଡ଼ି l
ଅଣ୍ଟା ଭଙ୍ଗା ତୁମ ନର୍ତ୍ତକୀର ଛନ୍ଦ
ନେଉ ଥାଏ ମନ କିଣି
କପାଳର ବିନ୍ଦି ଆନମନା କରେ
କୋଟି କନ୍ଦର୍ପକୁ ଜିଣି l

