STORYMIRROR

Lata Behera

Abstract

4  

Lata Behera

Abstract

ଅଳସ ଅପରାହ୍ନ

ଅଳସ ଅପରାହ୍ନ

1 min
7


ବାରମାସ ଆମ ବାଉନ ସପ୍ତାହ

   ଜଣା ତ ପଡେନି ଦିନ

ତିନି ଶତ ପଞ୍ଚଷଠି ଦିନ ମଧ୍ୟେ

   ରହିଅଛି ଅପରାହ୍ନ ।


ପ୍ରାତଃ ସକାଳଟି ଭରି ଦେଇଥାଏ

   ଭକତିର ଭାବ ମନ 

ଧୀରେ ଧୀରେ ସୂର୍ଯ୍ୟ ଉପରକୁ ଉଠେ

    ଆସି ଯାଅଇ ମଧ୍ୟାହ୍ନ ।


ମଧ୍ୟାହ୍ନର ପରେ ପାଦ ଥାପି ଆସେ

   ଧୀରେ ଧୀରେ ଅପରାହ୍ନ

ଅଳସ ବୟସ କଅଁଳ ପରଶ

  ନିଦ୍ରା ଖୋଜଇ ନୟନ ।


ଅଳପ ସମୟ ପାଇଁ ଆସେ ସିଏ

    କର୍ମକୁ କରି ବର୍ଜନ

ବିଶ୍ରାମ ନିଅନ୍ତି ଏଇତ ମାନବ

   କରି ସାରିଣ ଭୋଜନ ।


ବିଶ୍ରାମ ସମୟ କହନ୍ତି ଏହାକୁ

  ଅପେକ୍ଷା ଯେ ସର୍ବ ଜନ

କର୍ମ ସଂସ୍ଥାନରୁ ବିରତି ନେଇ କେ

   ବିଶ୍ରାମ କରେ ଶୟନ ।


ଅପରାହ୍ନ ଅନ୍ତେ ବିଶ୍ରାମକୁ ତେଜି

   କର୍ମରେ ତତ୍ପର ଜନ

ଅପରାହ୍ନ ପରେ ସନ୍ଧ୍ୟା ସମୟଟି 

   ହେଇଥାଏ ଆଗମନ ।


ସମୟର ଅପରାହ୍ନ ଇଏ ପରା

   ଦେଖ ବାସ୍ତବ ଜୀବନ

ବାସ୍ତବ ଜୀବନେ ରହି ଅଛି ଦେଖ

   ପୁଣି ଏକ ଅପରାହ୍ନ ।


ଶିଶୁ ଓ ଶୈଶବ ଯୁବକର ପରେ

   ବୟସର ଅପରାହ୍ନ 

ସେଇ ଅପରାହ୍ନ ଅତି ଦୁଃଖପୂର୍ଣ୍ଣ 

   ଜୀବନଟା ହୀନିମାନ ।


କେତେ ଯେ ଯନ୍ତ୍ରଣା ଆସି ଯାଇଥାଏ 

   କରି ହୁଏନି କଳନ

ସହିବା ଶକ୍ତିଟି ହ୍ରାସ ପାଇଥାଏ

  ଲୋତକ ଝରେ ନୟନ ।


ଦୁର୍ବଳ ଶରୀର ହତାଶ ଜୀବନ

   ବଳ ବପୁ ଥାଏ ହୀନ

ଦୁଃଖ ଯନ୍ତ୍ରଣାରେ ଜୀବନ ବିତଇ

  ଗଣେ ସେ ମରିବା ଦିନ ।


ସମୟ ସ୍ରୋତରେ ଭାସଇ ଜୀବନ

   ଯୌବନ ହୁଏଟି ଲୀନ

ବୟସ ଅଳସ ଅପରାହ୍ନରେ ସେ

   ଦେଖଇ ମୃତ୍ୟୁର ଦିନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract