STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ଅଳ୍ପ ଅଳ୍ପ କଥା

ଅଳ୍ପ ଅଳ୍ପ କଥା

1 min
150

ଟିକି ଛୁଆଟିର ସେଇ ଅଳ୍ପ ଅଳ୍ପ କଥା

ମନ କିଣି ନିଏ କ୍ଷଣିକ ମଧ୍ୟରେ

ପାଶୋରି ହୋଇଯାଏ

ମନେ ଥିଲେ କିଛି ବ୍ୟଥା।


ପ୍ରେମିକାର ସେଇ ଅଳ୍ପ ଅଳ୍ପ କଥା

ମଧୁ ଝରୁଥାଏ ସତରେ

ନୂଆ ନୂଆ ପ୍ରେମ ହୋଇଥିଲେ

ପ୍ରେମିକକୁ ବାକି ସବୁ ଲାଗେ ଅଯଥା।


ଗାଆଁ ଭୁଆସୁଣୀର ଲାଜ ମିଶା ସେଇ ଅଳ୍ପ କଥା

ନଣନ୍ଦ ଦିଅର ମଜା କରୁଥିବେ

କୁଣିଆଙ୍କୁ ଦେଖି ହାତେ ଓଢ଼ଣା ଭିତରେ 

ନୂଆ ବୋହୂ ଟେକୁଥିବ ମଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract