STORYMIRROR

Ram Prasad Bisoi

Inspirational

2  

Ram Prasad Bisoi

Inspirational

ଅଳ୍ପ ଅଳ୍ପ-୭୫

ଅଳ୍ପ ଅଳ୍ପ-୭୫

1 min
2.4K



ଅନ୍ତରଙ୍ଗ--ତୁ ଲୁହ

ଲୁହ

ହସରେ ବି ତୁ କାନ୍ଦରେ ବି ତୁ

କୋହ ତୋ ଘର

ବିରହେ

ଜହର ଠାରୁ ବି ତିକ୍ତ

ଏମିତି ବନ୍ଧନ ତୋ ସହ ମୋର

କେବେ କେବେ ଭାବି ଅମୃତ ପୀୟୂଷ ପିଇ ଯାଏ ଓଠ ଆକଣ୍ଠେ ମୋର

ଜନ୍ମ ଜୀବନ ମୃତ୍ୟ

ସହ ତୁ

ତୋ ଠାରୁ ଅନ୍ତରଙ୍ଗ ସାଥି

ନୁହେଁ ଆଉ କିଏ ହେବ କହ

ତୁ ଲୁହ,

ଉଜାଡୁ ବି ତୁ ଗଢି ଭାଙ୍ଗି ଦେଉ ଯେତେ ଅଟେ କାଲିର ଉଚାଙ୍ଗ ସମ୍ପର୍କ

ହସରେ ତୁ କୁରଳି ଉଠୁ ଲହଡି ସମ

କାନ୍ଦରେ ହୁତାସନ ଠାରୁ ଢେର ଅଧିକ ଜ୍ୱାଳାମୟ ତୋ ଜ୍ବଳନ

ଲୁହ-ଲୁହ-ଲୁହ ଅନ୍ତରଙ୍ଗ ତୁ ଲୁହ-------!



©®କାଶ୍ୟପ

ରାୟଗଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational