STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଅଳଙ୍କାର

ଅଳଙ୍କାର

1 min
201

ଅଳଙ୍କାର ସୁବର୍ଣ୍ଣ ରୌପ୍ଯ

ଧାତୁର ଏକ ଅହେତୁକ

   ରୂପାନ୍ତର

 ନାରୀ ଜାତିର ଏକ

  ଆଭୂଷଣ               

ସୌନ୍ଦର୍ଯ୍ୟର ଦୀପ୍ତିମନ୍ତ

   ପ୍ରତୀକ

ଦିଏ ମଣିମୁକ୍ତାର ଚହଟ 

   ଝଲକ

ସଭିଏଁ ଧାରଣ କରନ୍ତି

ଆପଦରୁ ମସ୍ତକ ପଯ୍ୟନ୍ତ

ବିଭିନ୍ନ ଆକୃତି ଗତ

ସଦା ପବିତ୍ର

ଦେବତା ଗଣଙ୍କ ଠାରୁ

ଆରମ୍ଭ କରି ନରନାରୀ

ଆବାଳ ବୃଦ୍ଧବନୀତା

ସଭିଙ୍କ ଅଙ୍ଗୁଷ୍ଠିରୁ ଗଳା

ପର୍ଯ୍ୟନ୍ତ ସୁଶୋଭିତ

ଦର୍ଶାଏ ଆଭିଜାତ୍ଯର ରୂପକ

ତାକୁ ନେଇ କିଏ ଧନୀ

ତାରି ବିନୁ ସଭିଏଁ ହୁଅନ୍ତି

ଦରିଦ୍ରରେ ପରିଗଣିତ

ଅଟଇ ସେ ଅମୁଲମୂଲ

ଅଟଇ ସେ ଯୁଗର

   ପରିଚାଳକ

ଯୁଗ ପ୍ରବାହକ ନିୟନ୍ତ୍ରକ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational