STORYMIRROR

Puspanjali Panda

Tragedy

3  

Puspanjali Panda

Tragedy

ଅଳକା ସାନ୍ୟାଲ୍

ଅଳକା ସାନ୍ୟାଲ୍

1 min
191

ପୁରୁଣା ଲୁଗାପରି ଏବେ

ଅଳକା ସାନ୍ୟାଲ ର ଭାଗ୍ୟ।

ନୁଆ ନୁଆ ଆଦରରୁ ଅନାଦର 

ଏବେ ତା ଜୀବନର ରଙ୍ଗ।।


ମୁଁ ସେଇ ଅଳକା କଥା ହିଁ କହୂଛି

ଆଚାର୍ଯ୍ୟ ରୁ ଯିଏ ସାନ୍ୟାଲ୍ ହୋଇଛି

କଲେଜର ରଣୀ ଥିଲା ଯିଏ

ଏବେ ସେ ସେଇ ,ଖବରରେ ଅଛି ପ୍ରାୟେ।।

ସୁନ୍ଦରୀ ଅଳକା ସାନ୍ୟାଲ କୁ

ଝୁଣି ଝୁଣି ଖାଈଥିବା 

ମଣିଷ ରୂପି ଶାଗୁଣା ମାନଙ୍କୁ

ସବୁଦିନ ଭେଟୁଛି,

କିଛି କୋଉ ,କହିପାରୁଛି

ନା କିଛି କରି ପାରୁଛି

ଖାଲି ଯାହା ଅଳକା ସାନ୍ୟାଲ କୁ

 ଲୁଚି ଲୁଚି ଦେଖୁଥିବାର

କରଜ ସୁଝାଉଛି।।


ଅନକା ସାନ୍ୟାଲ ,ତମେ 

କାହିଁକି ପାଗଳୀ ହେଲ ଯେ!

ତମେ ନିଜେ ବାଛିଥିବା 

ନିଜ ଯାତ୍ରା ପଥ ସାରା

କେତେ କଣ୍ଟା ବିଛାଇଥିଲ ଯେ!


ତମକୁ ଆଉ ଲୁଚି ପୁରୁଣା ଲୁଗା ପରି ଏବେ

ଅଳକା ସାନ୍ୟାଲର ଭାଗ୍ୟ।

ନୁଆ ନୁଆ ଆଦରରୁ ଅନାଦର 

ଏବେ ତା ଜୀବନର ରଙ୍ଗ।।


ମୁଁ ସେଇ ଅଳକା କଥା ହିଁ କହୂଛି

ଆଚାର୍ଯ୍ୟରୁ ଯିଏ ସାନ୍ୟାଲ୍ ହୋଇଛି

କଲେଜର ରାଣୀ ଥିଲା ଯିଏ

ଏବେ ସେ ସେଇ ଖବରରେ ଅଛି ପ୍ରାୟେ।।

ସୁନ୍ଦରୀ ଅଳକା ସାନ୍ୟାଲକୁ

ଝୁଣି ଝୁଣି ଖାଇଥିବା 

ମଣିଷ ରୂପି ଶାଗୁଣାମାନଙ୍କୁ

ସବୁଦିନ ଭେଟୁଛି 

କିଛି କୋଉ କହିପାରୁଛି

ନା କିଛି କରି ପାରୁଛି

ଖାଲି ଯାହା ଅଳକା ସାନ୍ୟାଲକୁ

 ଲୁଚି ଲୁଚି ଦେଖୁଥିବାର

କରଜ ସୁଝାଉଛି।।


ଅନକା ସାନ୍ୟାଲ ତମେ 

କାହିଁକି ପାଗଳୀ ହେଲ ଯେ!

ତମେ ନିଜେ ବାଛିଥିବା 

ନିଜ ଯାତ୍ରା ପଥ ସାରା

କେତେ କଣ୍ଟା ବିଛାଇଥିଲ ଯେ!


ତମକୁ ଆଉ ଲୁଚି ଦେଖିବାର 

ଆଶ ନାହିଁ କି ବାସ ନାହିଁ

ତମେ ସବୁବେଳେ ନିଆଁର ଉହ୍ମେଈ

ଏ ପ୍ରଚଣ୍ଡ ତାତିରେ

ଆଉ ତାତି ଜମା ଲୋଡ଼ା ନାହିଁ।।

ତମ ସେଦିନ କହିଥିଲ

ପ୍ରେମ ଫ୍ରେମ କିଛି ନାହିଁ

ଜୀବନ ଟା ପୁରା ସାଧା ସିଧା

କେମିତି ଏମିତି ତୁମ ରୂପ କଥା  

ପ୍ରେମ କଥା ରହିଗଲା ଅଧା?

ଅଳକା ସାନ୍ୟାଲ ଵରଂ ଭଲ ହେଲା

ତୁମପାଇଁ ପ୍ରେମ ଆଜି ପାଗଳୀ ହୋଇଲା।

ଦେଖିବାର 

ଆଶ ନାହିଁ କି ବାସ ନାହିଁ

ତମେ ସବୁବେଳେ ନିଆଁର ଉହ୍ମେଈ

ଏ ପ୍ରଚଣ୍ଡ ତାତିରେ

ଆଉ ତାତି ଜମା ଲୋଡ଼ା ନାହିଁ।।

ତମ ସେଦିନ କହିଥିଲ

ପ୍ରେମ ଫ୍ରେମ କିଛି ନାହିଁ

ଜୀବନ ଟା ପୁରା ସାଧା ସିଧା

କେମିତି ଏମିତି ତୁମ ରୃପ କଥା, 

ପ୍ରେମକଥାରହିଗଲା ଅଧା?

ଅଳକା ସାନ୍ୟାଲ, ଵରଂ ଭଲ ହେଲା

ତୁମପାଇଁ ପ୍ରେମ ଆଜି ପାଗଳୀ ହୋଇଲା।୍


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy