STORYMIRROR

Sambit Srikumar

Abstract Inspirational

4  

Sambit Srikumar

Abstract Inspirational

ଅଳିଆଗଦା

ଅଳିଆଗଦା

1 min
339


ସ୍ବାର୍ଥପର ମଣିଷର ଅତି ପ୍ରିୟ ଦରକାରୀ 

ଚିଜ ଫିଙ୍ଗା ହୁଏ ପ୍ରଶସ୍ତ ବୁକୁରେ ମୋହରି 

ଉପାଦେୟତା ତାହାର ଗଲା ପରେ ସରି 

ମୁହିଁ ଯେ' ଅଳିଆଗଦା ରାସ୍ତା କଡ଼ର!!

ଧନୀ ଗରିବ ଜାତି ଅଜାତି ସଭିଙ୍କର 

ଅନାବଶ୍ୟକ ପରିତ୍ୟକ୍ତ ବ୍ୟବହୃତ ବର୍ଜ୍ୟବସ୍ତୁକୁ

ମୁଁ ନିଏ ସାଉଁଟି ବିନା କିଛି ବାଛ ବିଚାରରେ

ରଖେ ସାଇତି ଛାତିରେ ଅତି ଯତନରେ!!

ମୁଁ ଏକ ସ୍ପର୍ଦ୍ଧିତ ସମାହାର ଦୁନିଆଁ ଯାକର 

ଯାବତୀୟ ବର୍ଜିତ ଘୃଣିତ ଉଚ୍ଚିଷ୍ଟ ପଦାର୍ଥର

ଏନ୍ତୁଡ଼ିଶାଳ ନାନାବିଧ କୀଟପତଙ୍ଗ ଜନ୍ତୁଜୁନ୍ତାର

ଅବାଧ ନିର୍ଭୟ ଆଶ୍ରୟସ୍ଥଳୀ ବାରବୁଲା ପଶୁଙ୍କର!!

ମୋର ଆକାର ପ୍ରକାର କଳେବରକୁ ନିରେଖି 

କିଏ କହେ କେତେ କଥା ଡଷ୍ଟବିନ ଅବା ଡମ୍ଫିୟାର୍ଡ଼

ଆହୁରି କେତେ କେତେ ବିଶେଷଣରେ ଆଖ୍ୟାରେ 

ମୁଁ ଆଖ୍ୟାୟିତ ଦେଶ ବିଦେଶରେ ଭାଷାର ଭେଦରେ!!

ସତ କହୁଛି ମୋତେ କିଛି ଫରକ ପଡେନା 

ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ଶ୍ରେଣୀକୁ ମୁଁ ଚିହ୍ନେନା 

ମଣିଷ କି ପଶୁ ତାହାର ବିଚାର ବି କରେନା 

କାହିଁକିନା ପାତର ଅନ୍ତର କରିବା ମୁଁ ଜାଣେନା!!

ଅଦରକାରୀ ଫାଲତୁ ବସ୍ତୁକୁ ଧାରଣ କରି

ବାରବୁଲା ପଶୁଙ୍କୁ ଆହାର ଦେବା ମୋହରି 

କର୍ମ ଆଉ ଧର୍ମ କାରଣ ମୁହିଁ ସ୍ବଭାବେ ଉଦାର 

ମୋ ଲାଗି ଦୁନିଆଁ ଲାଗଇ ସରସ ସୁନ୍ଦର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract