STORYMIRROR

Shiba Charan Mahapatra

Romance

3  

Shiba Charan Mahapatra

Romance

ଅଲିଭା ରଙ୍ଗ

ଅଲିଭା ରଙ୍ଗ

1 min
471




ସଞ୍ଚିତ କରିଛି ସୁପ୍ତ ସପନ ରୁ
ସଙ୍ଗମ ଲାଳସା ରଙ୍ଗ ହୃଦ ରେ
ସରଧା ଆଞ୍ଜୁଳି ସରାଗେ ଭରିଛି
ସମର୍ପି ଦେବାକୁ ତୋ ଶ୍ରୀ ପୟରେ...

ପୟର ଯୁଗଳେ ପିନ୍ଧିଦେ' ରେ ଥରେ
ପ୍ରେମ ଗାଢତା ର ଅଳତା ଧାର
ପଙ୍କଜ ଅଧରେ ପୋଲାନ୍ତ ହସାଳ
ପ୍ରସ୍ଫୁଟିତ ହୋଇ ଦିଶୁ ସୁନ୍ଦର...

ସୁନ୍ଦର କପାଳେ ସିନ୍ଦୁର ଚନ୍ଦନ
ସଜେଇବି ଭାବ-ଭକ୍ତି ରେ ମୋର
ସୁଖ ଦୁଃଖ ଯେତେ ସଞ୍ଜ କୋଳେ ଥୋଇ
ସଂପ୍ଲୁତ ମନ ରେ ଗୁନ୍ଥିଛି ହାର...

ହାର ଟି ଗୁନ୍ଥିଛି ହସ ଫୁଲ ଦେଇ
ହିଂସା-ରାଗ-ଦ୍ୱେଷ ହନ୍ତା ସାଜିଛି
ହରା ରଙ୍ଗ ନେଇ ହୃଷିକେଶ ଅଙ୍ଗେ
ହେତୁ ରଖି ସ୍ନେହେ ଲେପିବି କିଛି...

କିଛି ଭକ୍ତି ରଙ୍ଗ କିଛି ଭାବ ରଙ୍ଗ
କିଛି ରଙ୍ଗ ପୁଣି ଫଗୁ ଅବିର
କିଛି ପ୍ରିତି ରଙ୍ଗ କିଛି ରସ ରଙ୍ଗ
କିଛି ରଙ୍ଗ ପୁଣି ଇନ୍ଦ୍ରଧନୁ ର...

ଇନ୍ଦ୍ରଧନୁ ଦେବ ଇଛା ରଙ୍ଗ ଟିକେ
ଇନ୍ଦିବାର ବଦନେ ଦେବି ମୁଁ ଲେପି
ଇନ୍ଦ୍ରିୟ କାମନା ଇନ୍ଧନ ରେ ଜାଳି
ଇସ୍ତାହାର କରନ୍ତି ତୋ ନାମ ଜପି...

ତୋ ନାମ ଜପି ଲେ ତତ୍ତ୍ୱଜ୍ଞାନ ପ୍ରାପ୍ତି
ତଥାପି ବିଷୟା ରଙ୍ଗ ରେ ମାତି
ତଅଁଳା ପରାୟ ତକ୍ତ ଲୋଭରେ
ତିକ୍ତ ଯନ୍ତ୍ରଣା ଟାଣଇ ନିତି...

ନିତି ଦିନ ଆଣୁ ନୈସର୍ଗିକ ରଙ୍ଗ
ନିର୍ଦ୍ଧାରିତ ହେଉ ସମ୍ପର୍କ ଆମ
ନୈଷ୍ଠିକ ଭାବନା ନେପଥ୍ୟ ଅବିରେ
ନୂତନତ୍ତ୍ୱ ଭାବେ ଗଜୁରୁ ପ୍ରେମ...

×-×-×-(ସମାପ୍ତ)-×-×-×
ଶବ୍ଦାର୍ଥ :-
ପୋଲାନ୍ତ-ହାଲୁକା ;
ହସାଳ-ହସହସ ମୁହଁ ;
ସଂପ୍ଲୁତ-ନିମଗ୍ନ ;
ହନ୍ତା-ହତ୍ୟାକାରୀ ;
ହରା -ଶାଗୁଆ ;
ଇନ୍ଦିବାର-ନୀଳକଇଁ ;
ତଅଁଳା-ଛୋଟ ଜାତି ;
ତକ୍ତ-ସିଂହାସନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance