STORYMIRROR

Sanjaya Ananda Kumar Tripathy

Romance

4.5  

Sanjaya Ananda Kumar Tripathy

Romance

ଅଲିଭା ଦାଗ ପ୍ରେମର

ଅଲିଭା ଦାଗ ପ୍ରେମର

1 min
230


ବସନ୍ତର ରଙ୍ଗ ନେଇ ମୁହିଁ ସାଥି

ତୁମକୁ ଦେବି ସଜାଇ,

ଦେଖିବେ ସଭିଏଁ ତୁମରି ଚେହେରା

ପଛକୁ ଫେରି ଅନାଇ ।

ଲାଜ ଲାଜ ହସ ତୁମ ମୁହେଁ ଥିବ

ଆଖିରେ ଅନେକ କଥା,

ତାକୁ ଦେଖି ଦେଲେ ଭୁଲିଯିବି ମୁହିଁ

ସବୁ ବେଦନା ଓ ବ୍ୟଥା ।

ବସନ୍ତ ଋତୁରେ କଅଁଳିଆ ପତ୍ର

ଯେମିତି ଆସେ ତରୁରେ,

ତନୁ, ମନ ସବୁ ପଲ୍ଲବିତ ହେବ

ବସନ୍ତର ପ୍ରୀତି ଛୁଆଁରେ ।

ତୁମ ପାଶେ ବସି ମନଭରି ମୁହିଁ

ସବୁ କଥା କହିଦେବି,

ମନା କରିବନି ଆଗରୁ କହୁଛି

ନ ହେଲେ ମୁଁ ରୁଷି ଯିବି ।

ହୃଦୟରେ ମୋର ରହିଯିବ ତୁମ

ଅଲିଭା ଦାଗ ପ୍ରେମର ,

ସାଥି ହୋଇ ଆମେ ରହିଥିବା ଏଠି

ପ୍ରେମକୁ କରି ଅମର ।


Rate this content
Log in

Similar oriya poem from Romance