Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipi Sahoo

Inspirational

4.5  

Lipi Sahoo

Inspirational

ଅଲିଭା ଚିହ୍ନ

ଅଲିଭା ଚିହ୍ନ

1 min
204


ସତେ ଯେମିତି ପୃଥିବୀଟା ପାଲଟିଗଲା

ହଠାତ୍ ସ୍ଥିର ନିଶ୍ଚଳ ସ୍ତବିର


ଦିଗନ୍ତ ପ୍ରସାରୀ ନିରବ ନୀର୍ଜନ 

କ୍ଳାନ୍ତ ଅପରାହ୍ନ କେବଳ


ବେଦନା ବିଧୂର ଅନ୍ତରେ

ଦେଇଗଲା ଅନେକ ଅମିମାଂସିତ ଶୂନ୍ୟସ୍ଥାନ


ମଳୟ ଆସି ଫେରିଗଲା ସିନା

ହେଲେ ଅଚୁମ୍ବିତ ରହିଗଲା ଧରା


ନା ନିଦାଘରେ ଥିଲା ଉଷ୍ଣତା

ନା ବର୍ଷାରେ ଥିଲା ମାଦକତା 


ଅନେକ ଶିଥିଳ ନୟନରେ ଥିଲା

ଅସରନ୍ତି ପ୍ରଶ୍ନବାଚୀ କେବଳ


ଏକ ଅନିଶ୍ଚିତ ଭବିଷ୍ୟତକୁ ନେଇ

ଚାଲିଲା ଅନେକ କଳ୍ପନାଜଳ୍ପନା


କାହିଁକି ପ୍ରକୃତି ତୋଳିଲା ତାଣ୍ଡବ ??

କାଳର କରାଳ ଗର୍ଭରେ ଲୀନ ହୋଇଗଲେ ଅନେକ


ପାନ୍ଥଶାଳାର ରିକ୍ତ କାନ୍ଥରେ ଆଙ୍କି ହୋଇଗଲା

ଅଜସ୍ର ପଥିକଙ୍କ କରୁଣ ଗାଥା


ଅସଂଖ୍ୟ କବର ତଳେ

ଚାପି ହୋଇଗଲା କେତେ ଯେ ଅକୁହା କଥା


ଅଛିଣ୍ଡା ଅଙ୍କର ବଳକା ଭାଗଶେଷ ଯେତେ

ଯୋଡ଼ି ହେଇଗଲେ ଏକ ନୂତନ ସମ୍ଭାବନା ସାଥେ


ସଭ୍ୟତାର ଏଇ ଅଭିନବ ସଂଗ୍ରାମ

ଇତିହାସ ପୃଷ୍ଠାରେ ରହିବ ହୋଇ ଅଲିଭା ଚିହ୍ନ ।।


Rate this content
Log in

Similar oriya poem from Inspirational