Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

3  

Bijay Prusty

Fantasy

ଅଲେଖା ପ୍ରେମ କାହାଣୀ

ଅଲେଖା ପ୍ରେମ କାହାଣୀ

1 min
129



ନଈରେ ନଈଏ କାଚକେନ୍ଦୁ ପାଣି

ଆଖିରେ ଆଖିଏ ଲୁହ

ଯାତ୍ରାପଥରେ ଏତେ ଖାଲ ଖମା

କେଉଁଠୁ ଆସିଲା କୁହ I

ପଳାସ ଦିଶୁଛି ନାଲି ଟହ ଟହ

ମହକ ଟିକିଏ ନାହିଁ

ରାଜଜେମା କାନ୍ଦେ ଗୁମୁରି ଗୁମୁରି

ସୁନାଚାନ୍ଦଟିଏ ପାଇଁ I

ତୋଫା ତୋଫା ଦିଶେ ପୁନେଇଁର ଜହ୍ନ

ଜୋଛନା ଦେଉଛି ଢାଳି

ଜହ୍ନ ଆଲୁଅରେ ମାଳ ମାଳ ହୋଇ

ଦାଦଲ କରନ୍ତି ମେଳି I

ଦେହ ଜାଳିଦିଏ ଖରାର ଡହକ

ବରଷା ଖୋଜୁଛି ମାଟି

ସବୁଦେଖି କିଛି କହି ପାରୁନାହିଁ

ଭଗ୍ନ କୋଣାର୍କ ନଟୀ I

ମାଟିର ମମତା ପ୍ରୀତିର କବିତା

ସବୁଠାରେ ତୁମେ ଥାଅ

ମନ ବଗିଚାରେ ଫୁଲଟିଏ ହୋଇ

ମହକ ବିତରୁ ଥାଅ I

ତୁମପାଇଁ ସଖୀ ସରସ ସୁନ୍ଦର

ବର୍ଷା ଅବା ଶୀତରାତି

ତୁମେ ମୋ ପ୍ରେମର ଅଲେଖା କାହାଣୀ

ପ୍ରଣୟର ଶେଷ ଗୀତି I

       


Rate this content
Log in

Similar oriya poem from Fantasy