STORYMIRROR

Anil kumar Pradhan

Abstract

2  

Anil kumar Pradhan

Abstract

"ଅକୁହା କୁହl "

"ଅକୁହା କୁହl "

1 min
156

ଖୋଜୁଛ କାହାକୁ

ହୋଇ ବିକଳ ପ୍ରାୟ

କସ୍ତୁରୀ ମୃଗପରି,

କେବେଠୁ ପାଇତ ସାରିଛ

ତୁଚ୍ଛl ଅଭିନୟ

ପ୍ରାଣପଣେ ଚେଷ୍ଟା କରି

ପାଖରେ ସାଗର

ତଥାପି ,

ମରିଚିକା ଭଳି

ଅଠାଳିଆ ପାଟି ,

ଭାବନାର ଅଦୃଶ୍ୟ କଥା

ଦେଖିଲାକ୍ଷଣି

ନଅଅଙ୍କ ଦୁର୍ଭିକ୍ଷ ପରି

ଛାଟି ପିଟି

ଭାବନାର ନିଦାଘକୁ ଅନ୍ତକରି

ଝରିଆସୁ ଅଦିନିଆ ବର୍ଷାର

ଅକୁହା ବଚନ ବାରି ,

ହସିଉଠୁ ଜଳି ଜଳି

ବଂଚିଥିବା ଜୀବନର

ଇପ୍ସିତ ଆଶା ଓ ଆକାଂକ୍ଷା

ତୁମରି ଓ ମରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract