STORYMIRROR

pratap nayak

Tragedy

3  

pratap nayak

Tragedy

ଅକୁହା କବିତା

ଅକୁହା କବିତା

1 min
123

ମୁଁ ଆଉ ସପନ ଦେଖୁନି 

ତୋଳିବାକୁ ତାରାଫୁଲ ଆକାଶ ମଥାରୁ 

ଯାଉନି ବି ପାହାଡ ମୁଣ୍ଡିଆ

ଡାଳଭାଙ୍ଗି ତୋଳିବାକୁ ମହୁଲ ଫୁଲକୁ ।

ଓପାଡୁନି କେରି କେରି ଦୂବଘାସ

ଛୁତି ଦେବି ବଉଳା ମୁହଁରେ

ଦୋଉଡୁ ନି ତୋଟାମାଳ 

ଘେରିବାକୁ ଷଣ୍ଢପଲ

ଉଜାଡିବା ଫସଲ ଭୟରେ ।

ଖିଲି ଖିଲି ହସୁନି ମୁଁ 

ଦେଖିଦବ କାଳେ କିଏ ତା ଭିତରୁ 

ମୋ ହୃଦୟର ବ୍ୟଥା 

ଲୁଚେଇଛି ଲୁଚିଥାଉ 

ରହିଥାଉ ସେହିପରି

ମୋ ମନର ଅକୁହା କବିତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy