STORYMIRROR

Pranati Jena

Tragedy Others

4  

Pranati Jena

Tragedy Others

ଅକୁହା ବ୍ୟଥା

ଅକୁହା ବ୍ୟଥା

1 min
548


ମରୀଚିକା ମୟ ମାୟାର ପ୍ରଳୟ

    ଶରାହତ ପଥଧାରେ,

ହାହାକାର କରେବ୍ୟର୍ଥତା ସଂସାରେ

   ଜୀବନ ଯାତନା ସୁରେ.....


ସମ୍ଭାବନା ସୂର୍ଯ୍ୟ ଉଇଁବ ଜୀବନେ

   ବିଶ୍ୱାସର ଗୀତା ଛୁଇଁ,

ଦୁଃଖ ନଦୀ ତୀରେ ଯନ୍ତ୍ରଣାର ସ୍ୱନେ

    ଭରସା ଉଠିବ ଉଇଁ...


ଜୀବନ ଦହନ କରେ ଆବାହନ

    ଲୁହରେ ପଖଳା ମନ,

ତଥାପି ବଞ୍ଚିବା ଅଟେ ସମ୍ମୋହନ

    ନିସ୍ୱତା ଦେଖେ ସପନ......


ଅଭିଯୋଗ ନାହିଁ ଅଭିମାନ କାହିଁ

  ଯାହା ହେଉଛି ତା ଭୋଗ୍ୟ,

ଲିଭା ଦୀପାଳି ମୁଁ 'ଆଜି ବି ଜଳୁଛି

 ଭୋଗରେ ଭରା ଯା 'ତ୍ୟାଗ.....


କୃପାର ତିଳକ କୁସୁମ ମହକ

  ଚୋରା ଚଇତାଳି ହୋଇ,

ମୃଦୁ, ମୃଦୁ ସୁରେ ଏ ହୃଦ ଅଙ୍ଗନେ

   ଯିବୁ କିରେ ବାବୁ ଛୁଇଁ.....


ଅକୁହା କଥାରେ ବ୍ୟଥାର ମଲମ

   ଅଭିଯୋଗ ନାହିଁ ମୋର,

ଜିଇଁବା, ମରିବା ମଝିରେ ସଙ୍ଗମ

  ଭାଗ୍ୟ, ଭୋଗ ଏକା ସାର......


ତୋର ବଡ଼ପଣ ଆଶାର କିରଣ

   ହରିବ ମୋ ସବୁ ବାଧା,

ଦିବ୍ୟ ଦୀପାବଳି ଜଳାଇ ଅଙ୍ଗନ

   ଆତ୍ମାରେ ଭରିବୁ ସୁଧା.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy