Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Abstract

4.1  

BISWESWAR MAJHI

Abstract

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
11.9K


ବୈଶାଖ ଶୁ୍କଳ ତୃତୀୟ ତିଥିରେ ଆସେ ଅକ୍ଷୟ ତୃତୀୟା

ଅକ୍ଷି ମୁଠି ବୁଣେ ଚାଷୀ ଶୁଭ ଦିନ ଫସଲ ହେବ ତା ଠିଆ ।

ଷଷ୍ଠ ଅବତାର ଜମଦଗ୍ନି ରେଣୁକା ସମ୍ଭୁତ ପର୍ଶୁରାମ

ଜନ୍ମ ଦିନ ତାଙ୍କ ଏକୋଇଶ ବାର ନିକ୍ଷତ୍ର କଲେ ଧରାଧାମ। 

ଶ୍ରଗୁଣ୍ଡିଚା ଶ୍ରୀପଂଚମୀ ପରି ଏହି ଦିନର ମହତ ଭାରି

ପାଂଜିର ମୁହୁର୍ତ ଲୋଡା ହୁଏନାହିଁ ଶୁଭ କାର୍ଯ୍ୟ ଯେତେ କରି ।

ଅକ୍ଷୟ ନାମର ମହତ୍ତ୍ଵ ଆଦରି ହେବ ନାହିଁ ବୋଲି କ୍ଷୟେ

ବିବାହ ବ୍ରତାଦି ଗୃହ ପ୍ରବେଶର ଅନୁକୁଳ ଦିନଟିଏ।

ଜଗନ୍ନାଥଂକର ରଥ ନିର୍ମାଣର ରଥଖଳା ଅନୁକୁଳ

ଶିରପା ବାନ୍ଧନ୍ତି ଗଜପତି ରାଜା କରି ବିଶ୍ୱକର୍ମା ଠୁଳ । 

ବାର ମାସେ ତେର ପର୍ବ ଶ୍ରୀକ୍ଷେତ୍ରରେ ଯଥା ଦେହେ ତଥା ଦେହୀ

ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇଁ ପାଞ୍ଜି ଚନ୍ଦନ ଯାତଟି ଲିହି ।

ଅଳଙ୍କାର ବେପାରିଏ ମଉକାରେ ଚଉକା ଛକାଟି ମାରି

କହେ ସୁନା ହୀରା ଘରକୁ ଆଣିଲେ ଧନରତ୍ନ ଯିବ ଭରି !

ପ୍ରକୃତି ଆଜି ଶାନ୍ତିରେ ଶୋଇଛି ମଣିଷ ଉପରେ ମାଡ

ପରବ ପାଳନ ହେଲାଣି ଅପୂର୍ବ ରୀତି ନୀତି ସବୁ ଛାଡ ।

ଚନ୍ଦନ ଯାତର ନରେନ୍ଦ୍ର ଚାପକୁ ଯିବେ ନାହିଁ ଜଗନ୍ନାଥ

ମନ୍ଦିର ଭିତରେ ବିଧି ରକ୍ଷା ହେବ କି ଲୀଳା କରୁଛ ନାଥ !

ଅକ୍ଷୟ ତୃତୀୟା ପବିତ୍ର ଦିନରେ ମିଳୁ ଏହି ବରାଭୟ

ଅକ୍ଷୟ ହେଉ ପୁଣ୍ୟ ଜଗତେ ଧରମର ହେଉ ଜୟ ।

     


Rate this content
Log in

Similar oriya poem from Abstract