Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya kumar panda

Inspirational

4.3  

Bijaya kumar panda

Inspirational

ଅକ୍ଷୟ ମହାନ୍ତି ସଙ୍ଗୀତ କିର୍ତ୍ତୀ

ଅକ୍ଷୟ ମହାନ୍ତି ସଙ୍ଗୀତ କିର୍ତ୍ତୀ

1 min
271


ଏମିତି ପ୍ରୀତି ତୁମେ ଅଭୁଲା ସ୍ମୃତି।  

         ଝୁମି ଝୁମି ତୁମ ସ୍ଵର ମନେ ପଡ଼ୁଚି

ଦେଖ ଓଡ଼ିଶା ରାଜ୍ୟେ ପୁଣି ସାରା ଭାରତେ 

        ସ୍ଵର ତାଳ ଛନ୍ଦ ଅକ୍ଷୟ କିର୍ତ୍ତୀ

ଏମିତି ପ୍ରୀତି .............. . ....।

ତୁମରି ସ୍ଵର କାହା ସହିତ ମିଶଇ ନାହିଁ

       ଗୀତ ବାଜିଲେ ତୁମରି କଥା ମନେ ପଡ଼ଇ

ହଁ ତୁମେ ଜାଣନା ଆମେ ଭୁଲି ପାରୁନା

      ସଂଗୀତରେ ଅଟ ଆମ ଖୋକା ଭାଇଟି

ଏମିତି ପ୍ରୀତି------------------------।

ଏହି ଓଡ଼ିଆ ଗୀତ କେବେ ହଜିବ ନାହିଁ

      ଯେତେ ଶୁଣିଲେ ନୂଆ ନୂଆ ସେ ଲାଗୁଛି

ସାରା ରାଇଜେ ମିଠା ସ୍ଵର କୁ ଭୁଲିବେ ନାହିଁ

        ତୁମେ ଆମ ଭଜନରେ ଜପାମାଳଟି

ଏମିତି ପ୍ରୀତି-------------------------।

ଲଘୁ ସଙ୍ଗୀତ କଥାକାର ଛନ୍ଦ ଓଡ଼ିଶୀ

       ଝୁରି ହେଉଛି ତୁମକୁ ଆଜି ଓଡିଶା ବାସୀ

ତୁମେ ହଜି ପାରନା ଅମର ଆତ୍ମା

       ତୁମ ପାଇଁ ପୁରସ୍କାର ରହିଛି ବାକି

ଏମିତି ପ୍ରୀତି-----------------------।

କର କଲ୍ୟାଣ ସବୁରି ସ୍ଵର ଉଠୁରେ ମାତି

       ମୋ ଦେଶ ମୋ ମାଆ ଜାତୀୟ ପ୍ରୀତି

ଆମେ ଆଗେଇ ଯିବା ଆଉ ନକରି ହେଳା

      ସଙ୍ଗୀତର ତାଳେ ତାଳେ ଯିବାରେ ହଜି

ଏମିତି ପ୍ରୀତି-----------------------।



Rate this content
Log in

Similar oriya poem from Inspirational